ମାଗ୍‌ଦାଲେନା ସ୍ୱିଡେନ୍‌ର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ

ଷ୍ଟକ୍‌ହୋମ୍‌,ଏଜେନ୍ସି: ୫୪ ବର୍ଷୀୟା ସୋସିଆଲ ଡେମୋକ୍ରାଟ୍ ପ୍ରାର୍ଥୀ ମାଗ୍‌ଦାଲେନା ଆଣ୍ଡରସନ ସ୍ୱିଡେନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି। ବୁଧବାର ଅନୁଷ୍ଠିତ ନିର୍ବାଚନରେ ପାର୍ଲାମେଣ୍ଟର ୧୧୭ ସଦସ୍ୟ ମାଗ୍‌ଦାଲେନାଙ୍କ ସପକ୍ଷରେ ଭୋଟ ଦେଇଥିବା ଜଣାପଡିଛି। ମାଗ୍‌ଦାଲେନାଙ୍କୁ ଅନ୍ୟ ୩ଟି ଦଳ ସମର୍ଥନ ଜଣାଇଛନ୍ତି।