ଏଗଜିଟ ପୋଲ ଫଳାଫଳ ମଧ୍ୟରେ ଓମକାରେଶ୍ୱର ମନ୍ଦିରରେ ଶିବରାଜ

ନୂଆଦିଲ୍ଲୀ: ଏଗଜିଟ ପୋଲର ଫଳାଫଳ ମଧ୍ୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓମକାରେଶ୍ୱର ଶିବ ମନ୍ଦିର ଦର୍ଶନ କରିଛନ୍ତି । ଶିବରାଜଙ୍କ ସହ ପତ୍ନୀ ସାଧାନା ସିଂହ ଉପସ୍ଥିତ ଥିଲେ । ଏହି ସମୟରେ ଶିବରାଜ ଓ ସାଧନା ଭଗବାନ ଶିବଙ୍କ ବୈଦିକ ମନ୍ତ୍ରୀ ଜପ କରିବା ସହ ଜଳାଭିଷେକ କରିଥିଲେ ।

ଦର୍ଶନ ସାରିବା ପରେ ମିଡିଆକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଦେଶ ଓ ପ୍ରଦେଶର ଉନ୍ନତି ପାଇଁ ଭଗବାନ ଭୋଳାନାଥଙ୍କଠାରେ ପ୍ରାର୍ଥନା କଲି ବୋଲି କହିଛନ୍ତି । କିନ୍ତୁ ଏହି ସମୟରେ ନିର୍ବାଚନ ଫଳାଫଳକୁ ନେଇ ପଚରାଯାଇଥିବା ପ୍ରଶ୍ନକୁ ମୁଖ୍ୟମନ୍ତ୍ରୀ ଏଡ଼ାଇ ଦେଇଥିଲେ ।

ସୂଚନାଯୋଗ୍ୟ, ନଭେମ୍ବର ୨୫ରେ ହୋଇଥିବା ବିଧାନସଭା ନିର୍ବାଚନ ପରେ ଫଳାଫଳ ଡିସେମ୍ବର ୩ରେ ଆସିବ । କିନ୍ତୁ ଏହାପୂର୍ବରୁ ନଭେମ୍ବର ୩୦ରେ ଏଗଜିଟ ପୋଲର ଫଳାଫଳ ଅନୁସାରେ ମଧ୍ୟପ୍ରଦେଶରେ ବିଜେପି ଜିତୁଛି ।