ମହିଳା ହକି ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୩୧ ଲକ୍ଷ ଟଙ୍କା ଦେବ ମଧ୍ୟପ୍ରଦେଶ ସରକାର

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସରେ ନିଜର ଦମଦାର ପ୍ରଦର୍ଶନ ବଳରେ ସଭିଙ୍କ ହୃଦୟ ଜିଣିଥିବା ଭାରତୀୟ ମହିଳା ହକି ଟିମ୍ ଲାଗି ମଧ୍ୟପ୍ରଦେଶ ସରକାର ଖାସ୍ ଘୋଷଣା କରିଛନ୍ତି। ମଧ୍ୟପ୍ରଦେଶ ସରକାର ଦଳର ପ୍ରତ୍ୟେକ ଖେଳାଳିକୁ ୩୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରିବେ । ଏନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି। ‘ସେମାନଙ୍କ ହୃଦୟ ଭାଙ୍ଗିବାକୁ ଦେବାନି, ସାହସ ବଢ଼ାଇବା’ ବୋଲି ମଧ୍ୟ ଚୌହାନ କହିଛନ୍ତି।