ହିମାଚଳ ଭୂସ୍ଖଳନରେ ଆଉ ୪ ମୃତଦେହ ଉଦ୍ଧାର, ସଂଖ୍ୟା ୧୪କୁ ବୃଦ୍ଧି

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର କିନଉର ଜିଲ୍ଲାରେ ଗତକାଲି ହୋଇଥିବା ଭୂସ୍ଖଳନ ଯୋଗୁ ଗୋଟିଏ ବସ୍ ଓ ଅନ୍ୟ କିଛି ଗାଡ଼ି ଚାପି ଯାଇଥିଲା। ଏଥିରେ ଫସି ରହିଥିବା ଲୋକଙ୍କ ସନ୍ଧାନ ପାଇଁ ଏନଡିଆରଏଫ୍ ଓ ଆଇଟିବିପି ଏବେସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଆଜି ଘଟଣାସ୍ଥଳରୁ ୪ଟି ମୃତଦେହ ଉଦ୍ଧାର ହୋଇଥିବାବେଳେ ମୋଟ ମୃତକଙ୍କ ସଂଖ୍ୟା ୧୪ରେ ପହଂଚିଛି। ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଅନେକ ଲୋକ ନିଖୋଜ ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତକାଲି ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ଏକ ଟାଟା ସୁମୋରୁ ୮ଜଣଙ୍କ ମୃତଦେହ ମିଳିଥିଲା। ପଥର ଖସିବା ଯୋଗୁ ଗୋଟିଏ ଟ୍ରକ ମଧ୍ୟ ନଦୀ ତଳକୁ ଖସିଯାଇଥିଲା ସେଥିରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏଥିସହିତ ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଥିବା ଗୋଟଏ ଅଲଟୋ କାର ମଧ୍ୟ ଜବତ ହୋଇଥିଲା ହେଲେ ସେଥିରେ କେହି ନଥିଲେ।