ଭୋପାଲ,ଏଜେନ୍ସି: ଲଭ୍ ଜିହାଦ ରୋକିବା ପାଇଁ ମଧ୍ୟପ୍ରଦେଶ କ୍ୟାବିନେଟରେ ଧର୍ମ ସ୍ୱାତନ୍ତ୍ର୍ୟ ବିଧେୟକ ୨୦୨୦କୁ ମଞ୍ଜୁରି ମିଳିଲା। ଏଣିକି ରାଜ୍ୟରେ ଲିଭ୍ ଜିହାଦ କରୁଥିବା ଧରାପଡିଲେ ଅଭିଯୁକ୍ତଙ୍କୁ ଭୋଗିବାକୁ ପଡ଼ିବ ୧୦ ବର୍ଷ କାରାଦଣ୍ଡ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ଏହି ନୂଆ ବିଧେୟକକୁ ମଞ୍ଜୁରି ମିଳିଛି। ଏହି ବିଧେୟକରେ ୧୯ଟି ପ୍ରାବଧାନ ରହିଛି।
ଏନେଇ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି ଯେ, ନୂଆ ବିଧେୟକ ଅନୁଯାୟୀ, ଜୋର ଜବରଦସ୍ତ କାହାର ଧର୍ମ ପରିବର୍ତ୍ତନ କଲେ ଏକରୁ ପାଞ୍ଚ ବର୍ଷ ଯାଏଁ ଜେଲଦଣ୍ଡ ଭୋଗିବାକୁ ପଡ଼ିବ। ଏହା ସହ ସର୍ବନିମ୍ନ ୨୫ ହଜାର ଟଙ୍କା ଜୋରିମାନା ଲାଗିବ। ନାବାଳିକା, ମହିଳା କିମ୍ବା ଅନୁସୂଚିତ ଜାତି-ଜନଜାତି ବ୍ୟକ୍ତିଙ୍କ ଜବରଦସ୍ତ ଧର୍ମ ପରିବର୍ତ୍ତନ କଲେ ୫୦ ହଜାର ଟଙ୍କାର ଜୋରିମାନା ସହ ୧୦ ବର୍ଷର ଜେଲଦଣ୍ଡ ମିଳିବ।
ଏହି ବିଧେୟକକୁ ଆସନ୍ତା ଡିସେମ୍ଵର ୨୮ରେ ବିଧାନସଭାରେ ଉପସ୍ଥାପନା କରାଯିବ। ଯଦି ଧର୍ମ ପରିବର୍ତ୍ତନ ନେଇ ପୀଡିତ ପରିବାର ପକ୍ଷରୁ ଅଭିଯୋଗ କରାଯିବ ତେବେ ଏହି ବିଧେୟକ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ଯଦି କୌଣସି ବ୍ୟକ୍ତି ଧନ ସମ୍ପତ୍ତିର ଲୋଭ ଦେଖାଇ ବିବାହ କରେ ତେବେ ସେହି ବାହାଘରକୁ ମାନ୍ୟ କରାଯିବ ନାହିିଁ।