ରାସ୍ତା ସମ୍ପ୍ରସାରଣରେ ଜମି ହରାଇ ପାଇଲେନି ପ୍ରାପ୍ୟ, ଧାରଣାରେ ବସିଲେ ଜମିହରା ଲୋକେ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଅନେକ ଲୋକଙ୍କ ଜମିକୁ ସରକାର ଅଧିଗ୍ରହଣ କରିଛନ୍ତି। ତେବେ ଜମି ଅଧିଗ୍ରହଣକୁ ୪ ବର୍ଷ ବତିଯାଇଥିଲେ ସୁଦ୍ଧା ଅନେକ ଜମିହରା ଲୋକମାନେ ଜମି ବାବଦ ପ୍ରାପ୍ୟ ଟଙ୍କା ପାଇନାହାନ୍ତି। ଫଳରେ ଆଜି ସେମାନେ ଖିରେଇଟାଙ୍ଗିରୀ ସ୍ଥିତ ରାସ୍ତା ନିର୍ମାଣ କାରୀ ମୋଣ୍ଟେକାର୍ଲ କମ୍ପାନୀର ଅସ୍ଥାୟୀ କ୍ୟାମ୍ପ ସମ୍ମୁଖରେ ଧାରଣାରେ ବସିଛନ୍ତି।

ସୂଚନା ଅନୁଯାୟୀ ୪୯ ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଖିରେଇଟାଙ୍ଗିରୀ ଅନେକ ଲୋକେ ଜମି ହରାଇ କିଛି ଜମିହରା ଟଙ୍କା ପାଇଥିବା ବେଳେ ଏ ପର୍ଯ୍ୟନ୍ତ ୪୫ରୁ ଊର୍ଦ୍ଧ୍ୱ ଲୋକ ଜମି ହରାଇ ପ୍ରାପ୍ୟ ଟଙ୍କା ପାଇନାହାନ୍ତି। ଫଳରେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏନେଇ ସମ୍ପ୍ରସାରଣର ଦାୟିତ୍ୱରେ ଥିବା ଠିକା ସଂସ୍ଥା ମୋଣ୍ଟେକାର୍ଲର ଅସ୍ଥାୟୀ କ୍ୟାମ୍ପ ସମ୍ମୁଖରେ ଜମିହରା ଲୋକମାନେ ଧାରଣାରେ ବସିଛନ୍ତି। ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।