ଜିଏସଟି ରିଟର୍ଣ୍ଣ ଫାଇଲ ପ୍ରକ୍ରିୟାକୁ ସହଜ କରିବା ପାଇଁ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ

ନୂଆଦିଲ୍ଲୀ,ଏଜେନ୍ସି: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ରବିବାର ଜିଏସଟି ରିଟର୍ଣ୍ଣ ପ୍ରକ୍ରିୟାକୁ ସହଜ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏ ନେଇ ଅର୍ଥମନ୍ତ୍ରୀ ଟ୍ୱିଟ ଜରିଆରରେ ଜିଏସଟି ଫର୍ମ ଭରିବା ପ୍ରକ୍ରିୟାକୁ ସହଜ କରିବା ପାଇଁ ଅନେକ ପ୍ରୟାସ କରାଯାଉଛି। ଏ ନେଇ ଆଜି ଏହି ବୈଠକ କରାଯାଇଛି।

ଏଥିରେ ରାଜସ୍ଥାନର ଟ୍ୟାକ୍ସ କନସଲଟାଣ୍ଟ ସଂଘ, ଭାରତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ ସଂଗଠନ, ଅଖିଳ ଭାରତୀୟ ବ୍ୟାପାର ସଂଗଠନ ଏବଂ ସ୍ମଲ ଇଣ୍ଡଷ୍ଟ୍ରିଜ ମାନଙ୍କ ମୁଖ୍ୟଙ୍କ ସହିତ ଆଲୋଚନା କରାଯାଉଛି। ଏଥିସହ ଅଗାମୀ ବର୍ଷ ଠାରୁ ଜିଏସଟି ଭରିବାର ନୂତନ ପ୍ରଣାଳୀ ସମ୍ପର୍କରେ ଜାତୀୟ ସ୍ତରରେ ବିସ୍ତାର ଭାବେ ଆଲୋଚନା କରାଯିବ ବୋଲି କହିଛନ୍ତି।