ତୁଷୁରାରେ ମା’ ସମଲେଶ୍ବରୀଙ୍କ ଛତର ଯାତ୍ରା

ଦେଓଗାଁ,ଏନ୍‌ଏନ୍‌ଏସ୍‌: ତୁଷୁରାର ଅଧିଷ୍ଠାତ୍ରୀ ଦେବା ମା’ ସମଲେଶ୍ବରୀଙ୍କ ଛତରଯାତ୍ରା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ପୂଜକ ତଥା ଝାଙ୍କର ଗୋପାଳ ଭୋଇଙ୍କ ଘରେ ପ୍ରଥମେ ଛତର ପୂଜା କରାଯିବା ପରେ ସନ୍ଧ୍ୟାରେ ମା’ଙ୍କ ଛତରକୁ ସହର ପରିକ୍ରମା କରି ଘଣ୍ଟ, ବାଦ୍ୟ ଓ ଘୁମୁରା ବାଜା ଦ୍ବାରା ବିଶାଳ ଶୋଭାଯାତ୍ରାରେ ମନ୍ଦିରକୁ ନିଆଯାଇଥିଲା। ମା’ଙ୍କ ଛତର ସହିତ ବରୁଆ, ଦେହୁରୀ ପୂଝାରୀ, ବାହାଧରୁ ତଥା ସହଯୋଗୀ ଓ ମନ୍ଦିର କମିଟିର ସମସ୍ତ ସଦସ୍ୟ ସାମିଲ ଥିଲେ।

ଛତର ବିଜେ ସମୟରେ ସହର ରାସ୍ତାର ଦୁଇ ପାର୍ଶ୍ବରେ ଲୋକେ ମା’ଙ୍କ ଛତରକୁ ସ୍ବାଗତ ଜଣାଇବା ସହ ଆଶୀବାର୍ଦ ନେଇଥିଲେ। ଏହି ଅବସରରେ ଆସନ୍ତା କାଲିଠାରୁ ତ୍ରିଦିନାତ୍ମକ ଚଣ୍ତୀ ଜଜ୍ଞ ସହ ଅଖଣ୍ତ ଦୀପ ପ୍ରଜ୍ଜଳନ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଏହି ଛତର ଯାତ୍ରା ସମୟରେ ସହରର ମୁଖ୍ୟ ରାସ୍ତା ରୋକାରଣ୍ୟ ହୋଇଯାଇଥିଲା।