ମା’ ବିରଜାଙ୍କ ପରିକ୍ରମା ଆରମ୍ଭ

ଯାଜପୁର,ଏନ୍‌ଏନ୍‌ଏସ୍‌: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପରିକ୍ରମା ସ୍ୱାମୀ ଉଦୟାନନ୍ଦ ପର୍ବତ ମହାରାଜଙ୍କ ଅଧ୍ୟକ୍ଷତାରେ ଶୁକ୍ରବାରଠାରୁ ଆରମ୍ଭ ହୋଇ ୨୮ ତାରିଖ କୃଷ୍ଣ ନବମୀ ପର୍ଯ୍ୟନ୍ତ ଚାଲିବ। ବିରଜାକ୍ଷେତ୍ର ଅନ୍ତର୍ଗତ ୬୮ ତୀର୍ଥ ପରିକ୍ରମା ହେବ। ଏଥିରେ ଯାଜପୁର ଜିଲ୍ଲାରୁ ସଂକୀର୍ତ୍ତନ ମଣ୍ଡଳୀ ସହ ବିରଜାପ୍ରେମୀ, ଶ୍ରଦ୍ଧାଳୁ, ସାଧୁସନ୍ଥ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

କାର୍ଯ୍ୟକ୍ରମରେ ସେବାୟତ ପଣ୍ଡିତ ସୁବାସ ଚନ୍ଦ୍ର ପାଣି, ମୁକ୍ତିମଣ୍ଡପ ସେବାୟତ ପରିଷଦର ସଭାପତି ଦେବୀପ୍ରସାଦ ପାଣି, ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ସଭାପତି ହରିହର ସ୍ୱାଇଁ, ବାବା ପ୍ରଫୁଲ୍ଲ ଶତପଥୀ, ବରିଷ୍ଠ ସେବାୟତ ପଣ୍ଡିତ ଜଗନ୍ନାଥ ପାଣି, ଭାଗବତ ପ୍ରଚାର ସମିତି ବ୍ୟାସ ମନୋଜ ଦାସ, ସାମ୍ବାଦିକ ଅର୍ପଣ ରାଉତରାୟ, ସୋମନାଥ ମିଶ୍ର, ସୁବଳ ମଲ୍ଲିକ, ବିଷ୍ଣୁଚରଣ ବାରିକ ପ୍ରମୁଖ ଉପସ୍ଥିତ ରହିବେ। ଏହି କାର୍ଯ୍ୟକ୍ରମ ବେଲେଶ୍ୱରଠାରୁ ଆରମ୍ଭ ହୋଇ ଦଶାଶ୍ୱମେଧ ଘାଟ, ବରୁଣେଶ୍ୱର ପୀଠ, ବିରଜା ମନ୍ଦିର ପ୍ରଭୃତି ସ୍ଥାନକୁ ଶ୍ରଦ୍ଧାଳୁମାନେ ପରିକ୍ରମା କରିବେ ବୋଲି ସ୍ୱାମୀ ଉଦୟାନନ୍ଦ ପର୍ବତ ମହାରାଜ ସୂଚନା ଦେଇଛନ୍ତି।