ଅବସର ନେଲେ ସେନା ମୁଖ୍ୟ ଜେନେରାଲ ଏମ ଏମ ନରବାଣେ

ନୂଆଦିଲ୍ଲୀ: ଚୀନ ସହ ଗଲୱାନ ଘାଟିରେ ଦୀର୍ଘ ୨ ବର୍ଷ ହେବ ଜାରି ରହିଥିବା ସଂଘର୍ଷ ମଧ୍ୟରେ ଭାରତୀୟ ସେନାର ଦାୟତ୍ୱ ସମ୍ଭାଳିଥିବା ଜେନେରାଲ ଏମ ଏମ ନରବାଣେ ଆଜି ଅବସର ଗ୍ରହଣ କରିଛନ୍ତି । ଏଥିସହିତ ଭାରତୀୟ ସେନାର ଦାୟିତ୍ୱ ମନୋଜ ପାଣ୍ଡେଙ୍କୁ ହସ୍ତାନ୍ତର କରିଛନ୍ତି ।

ସୂଚନାଯୋଗ୍ୟ, ଜେନେରାଲ ଏମ ଏମ ନରବାଣେ ଆଜି ତାଙ୍କ କାର୍ଯ୍ୟକାଳର ଶେଷ ଦିନରେ ପ୍ରଥମେ ନ୍ୟାସନାଲ ୱାର ମେମୋରିଆଲରେ ବୀରଗତି ପ୍ରାପ୍ତ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ପରେ ପତ୍ନୀ ଓ ପରିବାରର ଅନ୍ୟ ସଦସ୍ୟଙ୍କ ସହ ସାଉଥ ବ୍ଲୋକ ପହଂଚିଥିଲେ । ଏଠାରେ ଶେଷଥର ପାଇଁ ସ୍ଥଳସେନାର ମୁଖ୍ୟ ଭାବେ ସେନା ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ପରେ ନରବାଣେ ସେନା ମୁଖ୍ୟାଳୟ ପହଂଚି ସ୍ଥଳସେନା ଓ ସେନା ମୁଖ୍ୟ ଦାୟିତ୍ୱ ଜେନେରାଲ ମନୋଜ ପାଣ୍ଡେଙ୍କୁ ଦେଇଥିଲେ ।