ଅଦାଲତ ସ୍ଥାନୀୟ ଭାଷାକୁ ଅଧିକ ଗୁରୁତ୍ୱ ଦେବା ଜରୁରୀ : ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ଜଜଙ୍କ ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ମୋଦୀ କହିଛନ୍ତି ଯେ, ଅଦାଲତରେ ସ୍ଥାନୀୟ ଭାଷାକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି । ଏହାଦ୍ୱାରା ସାଧାରଣ ନାଗରିକଙ୍କ ନ୍ୟାୟ ପ୍ରଣାଳୀ ଉପରେ ଭରସା ବଢ଼ିବ ।

ନ୍ୟାୟ ପ୍ରଣାଳୀକୁ ସହଜ କରିବା ପାଇଁ ପୁରୁଣା ଆଇନକୁ ରଦ୍ଦ କରିବାକୁ ମୋଦୀ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ କରିଛନ୍ତି । ମୋଦୀ କହିଛନ୍ତି ଯେ, ୨୦୧୫ରେ ଆମେ ୧୮୦୦ଟି ଅପ୍ରସାଙ୍ଗିକ ହୋଇଥିବା ଆଇନକୁ ଚିହ୍ନଟ କରିଥିଲୁ । ସେଥିରୁ କେନ୍ଦ୍ର ୧୪୫୦ ଆଇନକୁ ସମାପ୍ତ କରିଥିବାବେଳେ ରାଜ୍ୟ ମାତ୍ର ୭୫ଟି କରିଥିଲା ।