ଅଗଷ୍ଟରେ ସର୍ବନିମ୍ନ ଗାଡି ବିକ୍ରି

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଗତ ଦଶ ମାସ ହେଲା ସମଗ୍ର ଭାରତ ବର୍ଷରେ ଗାଡି ବିକ୍ରି କମିବାରେ ଲାଗିଛି। ତେବେ ଅଗଷ୍ଟ ମାସର ଗାଡି ବିକ୍ରି ପରିମାଣ ସର୍ବନିମ୍ନ ରହିଛି ବୋଲି ସିଆମ (SIAM/ society for Indian automobile manufacturer) ପକ୍ଷରୁ ସୂଚନା ମିଳିଛି। ଅଗଷ୍ଟ ମାସରେ ୪୧.୦୯ % ଗାଡି ବିକ୍ରି କମିଛି। ୧୯୯୭– ୮ ପରେ ଏହା ସର୍ବନିମ୍ନ ଗାଡି ବିକ୍ରି ବୋଲି ସିଆମ ପକ୍ଷରୁ କୁହାଯାଇଛି।