ଫିରିଙ୍ଗିଆ,ଏନ୍ଏନ୍ଏସ୍: ଫିରିଙ୍ଗିଆ ବ୍ଲକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନେଡୀ ପଦରରେ ନୂତନ ଅନ୍ତେବାସୀ ବିଦ୍ୟାର୍ଥୀ ଚୟନ ନିମନ୍ତେ ଲଟେରୀ ଉଠାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗତ କରୋନା ମହାମାରୀ ପରଠାରୁ ସରକାରୀ ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଗ୍ରହଣ କରିବାରେ ଅସୁବିଧା ହେତୁ ଲଟେରୀ ବ୍ୟବସା୍ଥ ଗ୍ରହଣ କରାଯାଇ ଅନ୍ତେବାସିନୀ ବିଦ୍ୟାର୍ଥୀ ଭାବରେ ଚୟନ କରାଯାଉଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ପରିଚାଳନା କମିଟି ତରଫରୁ ସୂଚନା ଦିଆଯାଇଛି । ଆଜି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନେଡ଼ୀ ପଦର ପ୍ରଧାନଶିକ୍ଷକ ରଞ୍ଜନ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କମିଟିର ସଭାପତି ନବ କିଶୋର କହଁର ଓ ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର ଯୋଗ ଦେଇଥିଲେ । ଏଥିରେ ଫିରିଙ୍ଗିଆ ବ୍ଲକର ୨୦୪ଜଣ ଛାତ୍ରୀ ଷଷ୍ଠ ଶ୍ରେଣୀରେ ଅନ୍ତେବାସିନୀ ବିଦ୍ୟାର୍ଥୀ ଭାବରେ ରହିବାକୁ ଆବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରୀଙ୍କ ସହ ଅଭିଭାବକମାନେ ଉପସ୍ଥିତ ଥିବାବେଳେ ଅଭିଭାବକଙ୍କ ଦ୍ୱାରା ଲଟେରୀ ଉଠାଣ କରାଯାଇଥିବାବେଳେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ୨୪ଜଣ ଛାତ୍ରୀଙ୍କ ପାଇଁ ଉଠାଣ କରାଯାଇଥିଲା । ଶାନ୍ତି ଶୃଙ୍ଖଳାର ସହ ସମସ୍ତ ବ୍ୟବସ୍ଥା ହୋଇଥିବାବେଳେ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ସହ ଅଭିଭାବକମାନେ ଉପସ୍ଥିତ ଥିଲେ ।