ପାଟଣା,ଏନ୍ଏନ୍ଏସ୍: ପାଟଣା ଓ ଘଟଗାଁ ଅବକାରୀ ବିଭାଗ ଅଚାନକ ଚଢ଼ଉ କରି ୧୨୦୦ କେଜି ମହୁଲପୋଚ ନଷ୍ଟ କରିଥିବା ଜଣାପଡ଼ିଛି। ପାଟଣା ଏବଂ ଘଟଗାଁ ଅଞ୍ଚଳରେ ବ୍ୟାପକ ଭାବେ ଦେଶୀ ମହୁଲିମଦ କାରବାର ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଆଜି କେନ୍ଦୁଝର ମୋବାଇଲ ସ୍କ୍ୱାଡଙ୍କ ନେତୃତ୍ୱରେ ପାଟଣା ଓ ଘଟଗାଁ ଅବକାରୀ ବିଭାଗ ମିଳିତ ଭାବରେ ଚଢ଼ଉ କରି ପାଟଣା ବ୍ଲକ ରୁଢ଼ିଅପଡ଼ା ଓ ଅନ୍ତର୍ଗତ ଗାଲଫୁଲା ଗ୍ରାମରୁ ମଦ ପ୍ରସ୍ତୁତ ପାଇଁ ରଖାଯାଇଥିବା ମହୁଲ ପୋଚକୁ ନଷ୍ଟ କରିଛନ୍ତି।