Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଡେଲାଙ୍ଗ ବ୍ଲକରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ, ପାହାଡ ବିଶ୍ୱନାଥ ମନ୍ଦିରକୁ ରାସ୍ତା ନିର୍ମାଣ କରାଯିବ: ସାଂସଦ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଡେଲାଙ୍ଗ ବ୍ଲକରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ, ପାହାଡ ବିଶ୍ୱନାଥ ମନ୍ଦିରକୁ ରାସ୍ତା ନିର୍ମାଣ କରାଯିବ: ସାଂସଦ

ଡେଲାଙ୍ଗ,ଏନ୍‌ଏନ୍‌ଏସ୍‌: ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ସାଂସଦ ପିନାକି ମିଶ୍ର ଓ ବିଧାୟକ ରୁଦ୍ରପ୍ରତାପ ମହାରଥି ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି। ନବ ନିର୍ମିତ ମିଶନ ଶକ୍ତି ଗୃହ, ମିଶନ ଶକ୍ତି କାଫେ,କର୍ମଚାରୀ କ୍ୱାଟର ଗୃହକୁ ଫିତା କାଟି ଶୁଭ ଉଦଘାଟନ କରିଥିଲେ। ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ବ୍ଲକ୍‌ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଧାରଣ ସଭାରେ ସାଂସଦ ଶ୍ରୀ ମିଶ୍ର, ବିଧାୟକ ଶ୍ରୀ ମହାରଥି, ପଞ୍ଚାୟତ ସମିତି ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାଶା ନିଶଙ୍କ, ଜିଲ୍ଲାପରିଷଦ ସଭ୍ୟ ପ୍ରସନ୍ନ ସାହୁ, ପ୍ରଜ୍ଞା ଛୋଟରାୟ, ଦିପ୍ତଶ୍ରୀ ରାଉତରାୟ, ସହକାରୀ ନିର୍ବାହୀଯନ୍ତ୍ରୀ ରାଜେଶ୍ୱର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକରେ ଥିବା ଐତିହାସିକ ଓ ଧାର୍ମିକ ପୀଠ ପାହାଡ ବିଶ୍ୱନାଥ ଖୁବ୍ ଜଣାଶୁଣା। ଗଙ୍ଗବଂଶର ରାଜତ୍ୱ ସମୟରେ ଏହି ଶୌବପୀଠକୁ ନିର୍ମାଣ କରାଯାଇଥିଲା। ସେ ସମୟରେ ପାହାଡ ଉପରେ ଗୋଟିଏ ଦିନରେ ମନ୍ଦିର ନିର୍ମାଣ କରାଯାଇଥିଲା। ଏହି ପାହାଡରେ ମଧ୍ୟ ବୌଦ୍ଧ ଧର୍ମର ଧର୍ମଗୁରୁ ଧର୍ମପ୍ରଚାର ପ୍ରସାର କରିଥିବାର କିମ୍ବଦନ୍ତି ରହିଛି। ବୌଦ୍ଧ ଧର୍ମର ପ୍ରଚାରକ ଦିଗ୍ନାଙ୍ଗ ଏଠାରେ ପ୍ରଚାର କରୁଥିବା ଐତିହାସିକ ମାନେ କୁହନ୍ତି। ତାଙ୍କର ନାମ ଅନୁସାରେ ଏହି ଭୂଖଣ୍ଡକୁ ଡେଲାଙ୍ଗ ନାମରେ ନାମିତ କରାଯାଇଥିଲା ବୋଲି ଅନେକ ଐତିହାସିକ ମାନେ ମତପ୍ରକାଶ କରିଛନ୍ତି।

ଏହି ଶୌବପୀଠକୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ପ୍ରତ୍ୟେକ ଦିନ ଦର୍ଶନ କରିବାକୁ ଆସିଥାନ୍ତି। ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଆସୁଥିଲେ ମଧ୍ୟ ପୀଠର କୌଣସି ଉନ୍ନତି ମୂଳକ କାର୍ଯ୍ୟ ହୋଇନାହିଁ। ଏହ ପୀଠର ଉନ୍ନତୀକରଣ କରିବା ଓ ପାହାଡ ବିଶ୍ୱନାଥଙ୍କ ନିକଟକୁ ଖୁବ୍‌ଶୀଘ୍ର ରାସ୍ତା ନିର୍ମାଣ କରାଯିବ ବୋଲି ସାଂସଦ ଶ୍ରୀ ମିଶ୍ର ସ୍ଥାନୀୟ ଜନସାଧାରଣଙ୍କୁ ଆଶ୍ବାସନା ଦେଇଛନ୍ତି। ଏହା ସହିତ କିପରି ପୀଠର ଆହୁର ଉନ୍ନତି କରଣ କରାଯିବ ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିବେ ବୋଲି ମତପ୍ରକାଶ କରିଛନ୍ତି।

ଏହି ଅବସରରେ ବାଦ୍ଧକ୍ୟ ଭର୍ତ୍ତା, ଟ୍ରାଇ ସାଇକେଲ, ଜେନାପୁର ପଞ୍ଚାୟତ ସ୍ତରୀୟ ମହାସଂଘକୁ ଟ୍ରାକ୍ଟର, ମହିଳା ସଂଘକୁ କାର୍ଯ୍ୟକାରୀ ମୂଳଧନ ଚେକ ବଣ୍ଟନର ମଧ୍ୟ ଶୁଭାରମ୍ଭ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ବ୍ଲକ୍ ଉନ୍ନୟନ ଅଧିକାରୀ ପ୍ରଦୀପ୍ତ କୁମାର ନାୟକ, ଯନ୍ତ୍ରୀ ଚିତ୍ରତ୍ପଳା ନାୟକ, ଶୁଭ୍ରଜିତା ପାଣି, ସ୍ୱାଗତିକା ପ୍ରଧାନ, ଜିଲ୍ଲାପରିଷ ସଭ୍ୟ ଧରଣୀ ଧର ସାହୁ, କିଶୋର ଛୋଟରାୟ, ନାରାୟଣ ସ୍ୱାଇଁ, ଆତ୍ମାର ଅଧ୍ୟକ୍ଷ ସୁଧାକର ମାର୍ଥା, ସରପଞ୍ଚ ମାର୍କଣ୍ଡ ମଙ୍ଗରାଜ, ବିଶ୍ୱନାଥ ପଟ୍ଟନାୟକ, ସମିତିସଭ୍ୟ ଅଜୟ ରାଉତରାୟ, ଭୀମସେନ ପ୍ରଧାନ ପ୍ରମୁଖଙ୍କ ସହିତ ଶତାଧିକ କର୍ମକର୍ତ୍ତା ଓ ମହିଳା ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତଥିଲେ।