ବାଡ଼ମାଲ ଗ୍ରାମରେ ଅବକାରୀ ବିଭାଗ ଦ୍ୱାରା ବିପୁଲ ପରିମାଣର କଫ ସିରଫ ଜବତ, ଜଣେ ଗିରଫ

ବରଗଡ,ଏନ୍ଏନ୍ଏସ୍: ବରଗଡ଼ ମୋବାଇଲ ଟିମ ଏବଂ ଭଟଲି ଅବକାରୀ ବିଭାଗ ଆଜି ଭଟଲି ଥାନା ବଡ଼ମାଲ ଗ୍ରାମରେ ମିଳିତ ଭାବରେ ଚଢ଼ଉ କରି ବିପୁଳ ପରିମାଣର ବେଆଇନ କଫ ସିରଫ ଜବତ କରିବା ସହ ଜଣେ ବ୍ୟକ୍ତିକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ସୂର୍ଯ୍ୟକାନ୍ତ ସାହୁ ବୋଲି ସୂଚନା ମିଳିଥିବା ବେଳେ ଅବକାରୀ ବିଭାଗ ତାଠାରୁ ୧୩୯୦ ବୋତଲ କଫ ସିରଫ ଜବତ କରିଥିବା ସୂଚନା ମିଳିଛି। ଏନେଇ ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ଗିରଫ ସୂର୍ଯ୍ୟକାନ୍ତଙ୍କୁ କୋର୍ଟଚାଲାଣ କରିଛିି।

ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବରଗଡ଼ ମୋବାଇଲ ଟିମ ଇନସପେକ୍ଟର ରଶ୍ମିତା ଲାକ୍ରା ଏବଂ ଭଟଲି ଅବକାରୀ ଥାନା ଓଆଇସି ଉଷାବତୀ ଗୌଡଙ୍କ ନେତୃତ୍ୱରେ ଏଏସଆଇ ନନ୍ଦିକିଶୋର ପ୍ରଧାନ, କନଷ୍ଟେବଳ ବିନୋଦ ତିର୍କି, ଉଦ୍ଧବ ପ୍ରଧାନ ଓ ପିଙ୍କି ପ୍ରଧାନ ଏହି ଚଢ଼ଉରେ ସାମିଲ ଥିଲେ।