ଡାନ୍ସ କା ଜଲବାରେ ବଲାଙ୍ଗିର କିଲର ବଏ ଡାନ୍ସ ଗ୍ରୁପ୍ ମନୋନୀତ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା କିଲର ବଏ ଡାନ୍ସ ଗ୍ରୁପର କଳାକାର ମାନେ ଭୁବନେଶ୍ୱର ସ୍ଥିତ ଏମବିସି ଟିଭି ଚ୍ୟାନେଲ ପକ୍ଷରୁ ଡାନ୍ସ କା ଜଲବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବଲାଙ୍ଗିରର କୁନି କୁନି କଳାକାର ମାନେ ଅଂଶଗ୍ରହଣ କରିଥିଲେ। ଏବଂ ତାଙ୍କର କଳାକୁ ବିଚାରକ ମାନେ ପସନ୍ଦ କରିଥିବା ବେଳେ ଏହି ଗ୍ରୁପର କଳାକାର ମାନେ ଏହି କାର୍ଯ୍ୟକ୍ରମରେ ମନୋନୀତ ହୋଇଛନ୍ତି। ଯାହାକୁ ନେଇ ଏବେ ବଲାଙ୍ଗିର ମାଟି ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଯାହାକୁ ନେଇ ଅଞ୍ଚଳରେ ବେଶ ଉତ୍ସାହିତ ମଧ୍ୟ ଦେଖିବାକୁ ମିଳିଛି।