ମହାପ୍ରଭୁଙ୍କୁ ଅବମାନନା, ଗାଡି ପଛରେ ବାନ୍ଧି ନେଉଥିବା ଭିଡିଓ ଭାଇରାଲ

ବାଲେଶ୍ବର,ଏନ୍ଏନ୍ଏସ୍: କୋଟି ଓଡିଆଙ୍କ ମଉଡଣଣି ସେ କାଳିଆ ଠାକୁର । ତାଙ୍କ ବିନା ପତ୍ର ହଲେନାହିଁ । ସେହି ମହାପ୍ରଭୁଙ୍କୁ ଅବମାନନା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅପମାନ କରାଯାଇଛି। ଏକ ଗାଡିରେ ଜଗନ୍ନାଥଙ୍କୁ ବାନ୍ଧି ନିଆଯାଉଥିବା ଏକ ଭିଡିଓ ଭାଇରାଲ ହେଉଛି । ଭିଡିଓଟି ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଛି । ବାଲେଶ୍ଵର ୬୦ ନମ୍ବର ଜାତୀୟ ରାଜପଥ ହଳଦୀପଦା ନିକଟରେ ଏମିତି ମହାବାହୁଙ୍କୁ ନିଆଯାଉଥିବାର ଭିଡ଼ିଓ ଉତ୍ତୋଳନ କରାଯାଇଛି ।

ଜଳେଶ୍ବର ଅଞ୍ଚଳର ଯୁବକ ବିନୟ କୁମାର ପ୍ରଧାନ ଭୁବନେଶ୍ବରରୁ ଜଳେଶ୍ବର ଫେରୁଥିବା ସମୟରେ ଏମିତି ଦୃଶ୍ୟ ତାଙ୍କ ନଜରରେ ପଡିଥିଲା । ସେ ଏହାର ଭିଡିଓ ଉତ୍ତୋଳନ କରିବା ସହ ଗାଡ଼ିରେ ଥିବା ଲୋକମାନଙ୍କୁ ଏମିତି କାର୍ଯ୍ୟପାଇଁ ତାଗିଦ ମଧ୍ୟ କରିଥିଲେ । ଏକ ଟେଣ୍ଟ ହାଉସର ସାମଗ୍ରୀ ଏମିତି ଭାବେ ସ୍ଥାନାନ୍ତର ହେଉଥିବା କଥା ଜାଣି ବିନୟ ନିଜ କାର ଅଟକାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତିକୁ ଠିକ ଭାବେ ନେବାପାଇଁ କହିଥିଲେ । ଏହାପରେ ଟେଣ୍ଟ କର୍ମଚାରୀମାନେ ମଧ୍ୟ ଜଗନ୍ନାଥଙ୍କୁ ସଠିକ ଭାବେ ନେଇଥିବା ଜଣାପଡିଛି ।