ପିସିସିଏଫ୍‌ ଭାବେ ପଦୋନ୍ନତି ପାଇଲେ ବରିଷ୍ଠ ଆଇଏଫ୍‌ଏସ୍‌ ସୁଶାନ୍ତ ନନ୍ଦ

ଭୁବନେଶ୍ବର,ଏନ୍ଏନ୍ଏସ୍: ପଦୋନ୍ନତି ପାଇଛନ୍ତି ବରିଷ୍ଠ ଆଇଏଫ୍‌ଏସ୍‌ ସୁଶାନ୍ତ ନନ୍ଦ । ସୁଶାନ୍ତଙ୍କୁ ପିସିସିଏଫ୍‌(Principal Chief Conservator of Forests) ଭାବେ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୯୮୯ ବ୍ୟାଚର ସୁଶାନ୍ତ ନନ୍ଦଙ୍କୁ ପଦୋନ୍ନତି ମିଳିଛି । ନୂଆ ପିସିସିଏଫ୍‌ ଭାବେ ସେ ନିଯୁକ୍ତି ପାଇଛନ୍ତି ।

ବର୍ତ୍ତମାନ ସେ ପରିବେଶ ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ବରେ ଅଛନ୍ତି । ଏହାସହ ସେ ଚିଲିକା ଉନ୍ନୟନ ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ଭାବେ ଅତିରିକ୍ତ ଦାୟିତ୍ବରେ ଅଛନ୍ତି । ଚିଲିକା ଉନ୍ନୟନରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ମଧ୍ୟ ରହିଛି । ଏଥିପାଇଁ ତାଙ୍କୁ ବିଭିନ୍ନ ସମୟରେ ରାଜ୍ୟ ସରକାର ପ୍ରଶଂସା କରିଛନ୍ତି । ସୁଶାନ୍ତଙ୍କ ସହ ସେହି ବ୍ୟାଚର ସଞ୍ଜୀବ କୁମାର ଚଡ୍ଡା ଓ ଓମ ପ୍ରକାଶ ସିଂଙ୍କୁ ମଧ୍ୟ ପିସିସିଏଫ୍‌ ଭାବେ ପଦୋନ୍ନତି ପାଇଛନ୍ତି ।