ଚାଉଳ ଡାଲି ଗୋଦାମରେ ପଶି ବନ୍ଧୁକ ମୁନରେ ଲୁଟି ନେଲେ ୧୦ ଲକ୍ଷ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡ଼ାବାଇପାସ୍‌ ନିକଟରେ ଥିବା ଶ୍ରେୟା ଟ୍ରେଡର ଚାଉଳ ଡାଲି ଗୋଦାମ ଘରୁ ୩ଜଣ ଦୃବୁର୍ତ୍ତ ବନ୍ଧୁକ ଦେଖାଇ ୧୦ ଲକ୍ଷ ଟଙ୍କା ଲୁଟି ନେଇଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଏକ ବାଇକରେ ୩ଜଣ ଯୁବକ ଆସିଥିଲେ।

ସେଥିମଧ୍ୟରୁ ୨ଜଣ ଯୁବକ ଗୋଦାମ ଘରେ ପଶି କାଉଣ୍ଟରରେ ବସିଥିବା ମାଲିକ ଶଙ୍କର କେଡ଼ିଆକୁ ବନ୍ଧୁକ ଦେଖାଇ ଭୟଭୀତ କରି କାଉଣ୍ଟରରେ ଥିବା ୧୦ଲକ୍ଷ ଟଙ୍କ ନେଇ ଫେରାର ହୋଇଯାଇଥିଲେ। ଏହି ପରିପ୍ରେକ୍ଷୀରେ ୨ଜଣ ଯୁବକ ହେଲମେଟ୍‌ ପିନ୍ଧିଥିଲେ। ସେହିପରି ଅନ୍ୟଜଣେ ପଦାରେ ବାଇକ ଧରି ଠିଆ ହୋଇଥିଲା ଜଣାଯାଇଛି। ଏ ସମ୍ପର୍କରେ ଝାରସୁଗୁଡ଼ା ପୁଲିସକୁ ଖବର ଦେବାପରେ ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି।