ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲାର ଜଣେ ୨୭ବର୍ଷିୟା ବିବାହିତା ମହିଳାଙ୍କ ସହ ଢେଙ୍କାନାଳର ଜଣେ ଯୁବକ ସୌମ୍ୟରଞ୍ଜନ ସେଠୀ ଫେସବୁକ୍ରେ ବନ୍ଧୁତା ସମ୍ପର୍କ କରିବା ପରେ ପୁଣି ଅନ୍ୟ ଜଣେ ଯୁବକର ଫେକ୍ ଆଇଡି ଖୋଲି ଉକ୍ତ ମହିଳାଙ୍କ ସହ କଥା ହେବା ସହ ଫେସବୁକ୍ରେ ଚାଟିଂ କରିଥିଲା। ସରଳ ବିଶ୍ୱାସ ରଖି ଉକ୍ତ ମହିଳା ନିଜ ସ୍ୱାମୀର ସମସ୍ତ କଥା କହିବା ସହ ଫଟୋ ଦେବାରୁ ସେହି ଫଟୋକୁ ଅଶ୍ଳୀଳ ଫଟୋ ଏଡିଟ୍ କରି ତାର ସ୍ୱାମୀକୁ ଦେବା ସହ ବ୍ଲାକ୍ମେଲିଂ କରିଥିଲା । ଏ ନେଇ ମହିଳାର ସ୍ୱାମୀ ବଡମାଲ ଥାନାରେ ଅଭିଯୋଗ କରିଥିବାରୁ ବଡମାଲ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ତଦନ୍ତ କରି ସାଇବର କ୍ରାଇମ୍ କରିଥିବା ଅଭିଯୁକ୍ତକୁ ଢେଙ୍କାନାଳରୁ ଗିରଫ କରିଛି। ଏଥିସହ ଉକ୍ତ ଯୁବକ ଠାରୁ ୩ଟି ମୋବାଇଲ ଓ ପରିଚୟ ପତ୍ର ଜବତ କରି କୋଟ ଚାଲାଣ କରିଥିବା ବଡମାଲ ପୁଲିସ ସୂଚନା ଦେଇଛି।