ରାଇରଙ୍ଗପୁର,ଏନ୍ଏନ୍ଏସ୍: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ବଜାରରେ ଥିବା ଏକ ପାନମସଲା ହୋଲ୍ସେଲ ଦୋକାନରେ ବୁଧବାର ରାତିରେ ଡକାୟତି ହୋଇଛି। ଗତରାତି ପ୍ରାୟ ୧୧ଟାରେ କେତେ ଜଣ ହେଲମେଟ୍ ଓ ମୁଖା ପିନ୍ଧା ଦୁର୍ବୃତ୍ତ ରୂପେଶ ମହାନ୍ତିଙ୍କ ଜାରୁଲ ଏଣ୍ଟରପ୍ରାଇସେସ୍ ନାମକ ଦୋକାନକୁ ପ୍ରବେଶ କରିଥିଲେ। ପରେ ସେମାନେ ଦୋକାନୀଙ୍କୁ ବନ୍ଧୁକ ଦେଖାଇ ଲୁଟ କରିଥିଲେ। ଏହି ଖବର ଜଣାପଡ଼ିବା ପରେ ବ୍ୟବସାୟୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।
ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚକରି ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତମାନେଫେରାର ପୂର୍ବରୁ ଗୋଟିଏ ରାଉଣ୍ଡ ବ୍ଲାଙ୍କ ଫାୟାରିଂ କରିଥିବା ବ୍ୟବସାୟୀ ଜଣକ ଅଭିଯୋଗ କରିଛନ୍ତି। ସେହିପରି କିଛି ଦିନ ପୂର୍ବରୁ ମଧ୍ୟ ଜଣେ ଧାନ ବ୍ୟବସାୟୀଙ୍କ ଉପରେ ଗୁଳିମାଡ଼ ହୋଇଥିବାରୁ ଏହି ଘଟଣା ପରେ ବ୍ୟବସାୟୀମାନେ ଆତଙ୍କିତହୋଇପଡିଛନ୍ତି।