ମେଡିକାଲ କର୍ମଚାରୀଙ୍କ ଘରୁ ଲୁଟ୍

ପାଟଣା, ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଗୋଡିପୋଖରୀ ଗ୍ରାମର ମେଡିକାଲ କର୍ମଚାରୀ ତଥା କେନ୍ଦେଇପଶି ସ୍ୱାସ୍ଥ୍ୟକେନ୍ଦ୍ରର କାର୍ଯ୍ୟରତ ଫାର୍ମାସିଷ୍ଟ ସୁଶାନ୍ତ ନାଏକଙ୍କ ଘରୁ ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହିତ ନଗଦ ୫୦ ହଜାର ଟଙ୍କା ଲୁଟିନେଇଛନ୍ତି। ଏନେଇ ସୁଶାନ୍ତ ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ସୁଶାନ୍ତ ମହାନ୍ତି ପହଞ୍ଚି ଛାନଭିନ୍ କରିଥିଲେ। ସୂଚନା ଅନୁସାରେ ରାତିରେ ସମସ୍ତେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ଶୋଇବା ଘର ବାହାରୁ ଚାବି ପକାଇ ଅନ୍ୟ ଘରର କବାଟ ଭାଙ୍ଗି ଅଲମିରା ଭିତରୁ ସୁନା ଗହଣା ସହିତ ନଗଦ ଟଙ୍କା ଚୋରି କରି ନେଇଛନ୍ତି। ତୁରୁମୁଙ୍ଗା ଥାନା ଅଞ୍ଚଳରେ ବାରମ୍ବାର ଚୋରି ହେଉଥିବାରୁ ରାତ୍ରିକାଳୀନ ପାଟ୍ରୋଲିଂକୁ ଜୋରଦାର କରିବା ପାଇଁ ଦେବି ହେଉଛି।