ସୁନା ଦୋକାନରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରି

ରାଇକିଆ,ଏନ୍ଏନ୍ଏସ୍: ଆଖି ପିଛୁଳାକେ ଲୁଟିନେଇଗଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର। ରାଇକିଆ ମେଡ଼ିକାଲ୍ ରାସ୍ତାରେ ଥିବା ଏକ ସୁନା ଦୋକାନରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି।  ଆଜି ସକାଳେ ଦୋକାନ ମାଲିକ ସୁଶାନ୍ତ ମହାପାତ୍ର  ଦୋକାନ ଖୋଲିବା ପରେ କିଛି କ୍ଷଣ ପାଇଁ ବାହାରକୁ ଯାଇଥିଲେ।  ଏହାର ସୁଯୋଗ ନେଇ କେହି ଦୁର୍ବୃତ୍ତ ଦୋକାନ ସୋ କେସର ତାଲାଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି କରି  ନେଇ ଯାଇଥିଲା।  ଏନେଇ ଥାନାରେ ଅଭିଯୋଗ  ହେବା ପରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।