ସୁସ୍ଥହେଲେ ଆଉ ୮୮ କରୋନା ଆକ୍ରାନ୍ତ, ୩୩୩୭୮୮ରେ ପହଞ୍ଚିଲା ଆରୋଗ୍ୟ ସଂଖ୍ୟା

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୧୪ ଘଣ୍ଟା ମଧ୍ୟରେ ଆଉ ୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୩୩୭୮୮ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁନ୍ଦରଗଡରୁ ୨୧ ଜଣ ସୁସ୍ଥ ହୋଇଥିବାବେଳେ ଯାଜପୁରରୁ ୭ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ବାଲେଶ୍ୱରରୁ ୬, ବରଗଡରୁ ୬, କେନ୍ଦୁଝରରୁ ୬, ପୁରୀରୁ ୬, ଖୋର୍ଦ୍ଧାରୁ ୫, ମୟୂରଭଞ୍ଜରୁ ୫, କଟକରୁ ୪, ବୌଦ୍ଧରୁ ୩, ବଲାଙ୍ଗିରରୁ ୨, ଜଗତସିଂହପୁରରୁ ୨, ନୂଆପଡ଼ାରୁ ୨, ରାୟଗଡାରୁ ୨, ସମ୍ବଲପୁରରୁ ୨, ଅନୁଗୁଳରୁ ୧, ଭଦ୍ରକରୁ୧, ଦେବଗଡରୁ ୧, ଢେଙ୍କାନାଳରୁ ୧, ଗଞ୍ଜାମରୁ ୧, ଝାରସୁଗୁଡାରୁ ୧, କୋରାପୁଟରୁ ୧, ସୋନପୁରରୁ୧, ଷ୍ଟେଟପୁଲରୁ ଜଣେ ସୁସ୍ଥ ହୋଇଛନ୍ତି।