ଓକିଲର ପରିଚୟ ଦେଇ କୋର୍ଟରୁ ଫାଇଲ ଚୋରି, ୨ ଅଟକ

ବାଲେଶ୍ୱର,ଏନଏନଏସ୍: ଓକିଲର ମିଛ ପରିଚୟ ଦେଇ କୋର୍ଟ ପରିସରରୁ ଫାଇଲ ଗାଏବ ହୋଇଯିବା ଭଳି ଏକ ଘଟଣା ଘଟିଛି। ଯାହାକୁ ନେଇ ଚର୍ଚାର ବିଷୟବସ୍ତୁ ପାଲଟିଛି। ସୂଚନା ଅନୁସାରେ,ବାଲେଶ୍ୱର ସିଭିଲ ଜଜ ଜୁନିୟର ଡିଭିଜନଙ୍କ ଅଫିସରୁ ରବି ମଲ୍ଲିକ ନାମକ ଜଣେ ବ୍ୟକ୍ତି ନିଜକୁ ଓକିଲ ପରିଚୟ ଦେଇ ପେସ୍କାରଙ୍କ ନିକଟରୁ ଫାଇଲ ଦେଖିବା ଆଳରେ ଗାଏବ କରିନେଇଥିବା ଅଭିଯୋଗ ହୋଇଛି।

ଏକ ପଞ୍ଚାୟତ ନିର୍ବାଚନକୁ ନେଇ (ଇଲେକ୍ସନ ମିସକେସ ନମ୍ବର ୧୬/୧୭)ନମ୍ବରର ଏକ ଫାଇଲ ଗାଏବ ହୋଇଥିଲା। ଏନେଇ ସେଠାରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ୍ କରିବା ପରେ ଏହାର ସତ୍ୟ ପଦାକୁ ଆସିଥିଲା। ତେବେ ଏହି ଘଟଣାକୁ ନେଇ ବାର୍ ଆସୋସିଏସନ ପକ୍ଷରୁ ସହଦେବଖୁଣ୍ଟା ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ରବି ଏବଂ ତାଙ୍କର ଜଣେ ସହଯୋଗୀ ଅକ୍ଷୟଙ୍କୁ ଥାନାରେ ଅଟକ ରଖି ଏହି ଘଟଣାର ତଦନ୍ତ ଜାରି ରଖିଛି।