really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଶ୍ରୀଯୁକ୍ତ ମଦନମୋହନ ପଣ୍ଡା ଅତିଥିମାନଙ୍କର ପରିଚୟ ପ୍ରଦାନ ସହ ସ୍ୱାଗତ ଅଭିଭାଷଣରେ ବିଦ୍ୟାର୍ଥୀମାନେ ଶିକ୍ଷକତା ବୃତ୍ତିକୁ ଭବିଷ୍ୟତରେ ଆପଣାଇ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହେବାପାଇଁ ଆହ୍ୱାନ ଦେଇଥିଲେ। ଡିଏଭି ବିଦ୍ୟାଳୟ ସମୂହ-୧ର ଆଞ୍ଚଳିକ ଅଧିକାରୀ ଡ. କେ. ସି. ଶତପଥୀ ୪-ଜି ଅର୍ଥାତ୍ ମୋବାଇଲର ସଦ୍ବ୍ୟବହାର, ଶୃଙ୍ଖଳିତ ଜୀବନଯାପନ, ଶ୍ରେଣୀକକ୍ଷରେ ନିୟମିତ ଉପସ୍ଥାନ ଓ ମଟର ସାଇକଲ ବ୍ୟବହାର ନ କରିବାକୁ ବିଦ୍ୟାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ଡ. ସୁଜାତା ଚଳିତ ବର୍ଷର ବିବିଧ କାର୍ଯ୍ୟକ୍ରମ ତଥା କୃତିତ୍ୱ ସମ୍ବନ୍ଧୀୟ ବାର୍ଷିକ ବିବରଣୀ ପାଠ କରିଥିଲେ।
ଏହି ଅବସରରେ ପ୍ରତିଭା ସମ୍ପନ୍ନ ଛାତ୍ରଛାତ୍ରୀ, ଦଶମ ଓ ଦ୍ୱାଦଶ ଶ୍ରେଣୀର ଶିକ୍ଷାଦାନ କରୁଥିବା ବିଭିନ୍ନ ବିଭାଗର ଶିକ୍ଷକ ଶିକ୍ଷୟିତ୍ରୀ ତଥା କାର୍ଯ୍ୟାଳୟ କର୍ମକର୍ତ୍ତା ଅଶୋକ କୁମାର ସାହୁଙ୍କୁ ନିଜର କର୍ମ ନିପୁଣତା ପାଇଁ ପୁରସ୍କୁୃତ କରାଯାଇଥିଲା। ବିଦ୍ୟାଳୟର ସାଂସ୍କୃତିକ ବିଭାଗର ଶିକ୍ଷିକା ଇନା ମହାରଣାଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିବା ବେଳେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ମଙ୍ଗରାଜ। ଉକ୍ତ କାର୍ଯ୍ୟକ୍ରମରେ ଡିଏଭି ୟୁନିଟ୍-୮ ଅଧ୍ୟକ୍ଷା ଈପ୍ସିତା ଦାସ, ଡିଏଭି କଳିଙ୍ଗନଗରର ଅଧ୍ୟକ୍ଷ ବିପିନ କୁମାର ସାହୁ ତଥା ଡିଏଭି ବିଦ୍ୟାଳୟ ସମୂହ -୧ ର ଅଧିକାଂଶ ଅଧ୍ୟକ୍ଷା ଅଧ୍ୟକ୍ଷ, ଶିକ୍ଷୟିତ୍ରୀ ଶିକ୍ଷକ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।
ପ୍ରାୟ ୬୦୦ ବିଦ୍ୟାର୍ଥୀଙ୍କ ଦ୍ୱାରା ଆକର୍ଷଣୀୟ ମନୋରଞ୍ଜନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମକୁ ୩୦୦୦ରୁ ଊର୍ଦ୍ଧ୍ୱ ଦର୍ଶକ ମନଭରି ଉପଭୋଗ କରି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ପାୟଲ କି ଝଙ୍କାର, ନବରସ୍-ଏକ୍ ଅନୁଭୂତି, ପଞ୍ଜାବ-ଦି-ରୋନକ, ୱେଷ୍ଟନ୍ ସ୍ୱାଗ୍, ଓଡିଆ ନାଟକ – ଭିନ୍ନ ଏକ ଗାନ୍ଧୀ, ଅଗ୍ରଗଣ୍ୟ, ତୁଟ୍-ତା-ତାରା ଆଦି କାର୍ଯ୍ୟକ୍ରମ ଚିତ୍ତାକର୍ଷକ ଶୈଳୀରେ ଶିଶୁଶିଳ୍ପୀମାନେ ପରିବେଷଣ କରି ଦର୍ଶକମାନଙ୍କୁ ବିମୁଗ୍ଧ କରିଥଲେ।