ମୋବାଇଲରେ ଲିଙ୍କ୍ ଦେଇ ଠକିନେଲେ ୧୦ ଲକ୍ଷ

ରାଉରକେଲା,ଏନ୍ଏନ୍ଏସ୍: ମୋବାଇଲରେ ଲିଙ୍କ୍ ଦେଇ କୋଲକାତାର ଜଣେ ବ୍ୟକ୍ତିଙ୍କ ୪ଟି ଏକାଉଣ୍ଟରୁ ପ୍ରାୟ ୧୦ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଠକାମୀର ଶୀକାର ହୋଇଥିବା ବ୍ୟକ୍ତି ହେଉଛନ୍ତି କୋଲକାତାର ଶୁଭେନ୍ଦୁ ମଣ୍ଡଳ। ଏ ନେଇ ଉଭୟ ରଘୁନାଥପଲ୍ଲୀ ଥାନା ଓ ସାଇବର ଥାନାରେ ଶୁଭେନ୍ଦୁ ଅଭିଯୋଗ କରିଛନ୍ତି। ଏ ନେଇ ସାଇବର ଥାନାଧିକାରୀ ରାଉରକେଲାର କିଛି ବ୍ୟାଙ୍କ ଶାଖାରେ ଆଜି ତଦନ୍ତ ଆରମ୍ଭ କରିଛନ୍ତି।

ଏତଲା ଅନୁଯାୟୀ ଶୁଭେନ୍ଦୁ ମୁମ୍ବାଇର ଏକ ଘରୋଇ କମ୍ପାନୀରେ ଜେନେରାଲ ମ୍ୟାନେଜର ଭାବରେ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ସେ ରାଉରକେଲାରେ ରହୁଥିବା ସହ ସେକ୍ଟର-୨୦ ଇସ୍ପାତ ହାଇସ୍କୁଲରେ ପାଠ ପଢ଼ୁଥିଲେ। ଚଳିତବର୍ଷ ଉକ୍ତ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗଦେବାକୁ ରାଉରକେଲା ଆସିଥିବା ବେଳେ ତାଙ୍କୁ ଅଚାନକ ଏକ ଲିଙ୍କ୍ ଆସିଥିଲା। ସେ ତାକୁ ଛୁଇଁବା ମାତ୍ରକେ ତାହା ଡାଉନଲୋଡ୍ ହୋଇଥିଲା। ତେବେ ଏହାକୁ ସେ ଅଣଦେଖା କରିଦେଇଥିଲେ। ପରେ ରାତିରେ ତାଙ୍କର ୪ଟି ଏକାଉଣ୍ଟରୁ ପ୍ରାୟ ୧୦ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ଟ୍ରାନ୍ସଫର ହୋଇଥିବା ମେସେଜ ଆସିଥିଲା। ଏହାକୁ ଦେଖି ତୁରନ୍ତ ଥାନାରେ ଅଭିଯୋଗ କରିଥିଲେ।