ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ କମିଥିବାବେଳେ କିଛି ରାଜ୍ୟରେ ଏବେ ବି ସ୍ଥିତି ସମାନ ରହିଛି। ଏଭଳି ସ୍ଥିତିରେ ଆନ୍ଧ୍ରପ୍ରଦେଶ ସରକାର ଜୁନ୍ ୨୦ ପର୍ଯ୍ୟନ୍ତ ଲକଡାଉନ ବଢ଼ାଇ ଦେଇଛନ୍ତି। ପୂର୍ବରୁ ଜୁନ ୧୦ ପର୍ଯ୍ୟନ୍ତ ଲକଡାଉନ ଜାରି ହୋଇଥିଲା। ପୂର୍ବରୁ ୬ଟାରୁ ୧୨ଟା ପର୍ଯ୍ୟନ୍ତ ନିଜସ୍ୱ କାର୍ଯ୍ୟ କରିବା ପାଇଁ ଅନୁମତି ଦିଆଯାଇଥିଲା। ଏବେ ତାହାକୁ ଆଉ ୨ ଘଣ୍ଟା ବଢ଼ାଇ ୬ଟାରୁ ୧୨ଟା କରାଯାଇଛି। ଏଥିସହିତ ରାଜ୍ୟରେ ସରକାରୀ କାର୍ଯ୍ୟାଳୟ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲାଯିବ ବୋଲି ଜଣାପଡ଼ିଛି।