ପିଲାଙ୍କ ଲାଗି କୋଭାକ୍ସିନ ଭ୍ୟାକ୍ସିନର ପରୀକ୍ଷଣ ଆରମ୍ଭ

ନୂଆଦିଲ୍ଲୀ: କରୋନା ସଂକ୍ରମଣରୁ ପିଲାଙ୍କୁ ରକ୍ଷା କରିବା ପାଇଁ ସ୍ୱଦେଶୀ ଭ୍ୟାକ୍ସିନ ‘କୋଭାକ୍ସିନ’ର ପରୀକ୍ଷଣ ଏମ୍ସରେ ଆଜିଠୁ ୨ରୁ ୧୮ ବର୍ଷୀୟ  କିଶୋରଙ୍କ ମଧ୍ୟରେ ଆରମ୍ଭ ହୋଇଛି। ଯାଞ୍ଚ ରିପୋର୍ଟ ଆସିବା ପରେ ହିଁ ପିଲାଙ୍କୁ ଭ୍ୟାକ୍ସିନ ଦିଆଯିବ।

ସୂଚନାଯୋଗ୍ୟ, ଏହି ପରୀକ୍ଷଣ ୫୨୫ ସୁସ୍ଥ ପିଲାଙ୍କୁ ନେଇ କରାଯିବ। ସେମାନଙ୍କୁ ଭ୍ୟାକ୍ସିନର ୨ଟି ଡୋଜ୍ ଲଗାଯିବ। ପ୍ରଥମ ଡୋଜ୍ ଦିଆଯିବାର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ଦିଆଯିବ ବୋଲି ଜଣାପଡ଼ିଛି।