ଜର୍ମାନୀରେ ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ ଅବଧି

ବର୍ଲିନ,ଏଜେନ୍ସି: ଜର୍ମାନୀରେ କରୋନା ସଂକ୍ରମଣର ବଢ଼ୁଥିବା ମାମଲାକୁ ଲକ୍ଷ କରି ପୁଣି ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି। ଆସନ୍ତା ୩ ସପ୍ତାହ ଅର୍ଥାତ୍ ମାର୍ଚ୍ଚ ୨୮ ତାରିଖ ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି କରାଯାଇଛି। ଏହି ନିୟମ ଆସନ୍ତା ରବିବାରରୁ ଲାଗୁ ହେବ।

ସୂଚନା ଅନୁସାରେ ଗତକାଲି ସୁଦ୍ଧା ଦେଶରେ ୯,୦୧୯ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଥିଲା। ଫଳରେ ମୋଟ ସଂକ୍ରମଣ ମାମଲା ୨୪ ଲକ୍ଷ ପାର ହୋଇଛି। ସେହିପରି ଦିନକରେ ୪୧୮ ଜଣଙ୍କ ମୃତ୍ୟୁ ହୋଇ ମୋଟ ମୃତ୍ୟୁ ସଂଖ୍ୟା ୭୦,୮୮୧ରେ ପହଞ୍ଚିଛି।