ରାଜ୍ୟରେ ୮୧ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗତ ସପ୍ତାହେ ହେବ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଛି। ଏହି ମଧ୍ୟରେ ଗତ ୨୪ ଘଣ୍ଟାରେ ରାଜ୍ୟର ୨୨ଟି ଜିଲ୍ଲାରୁ ଆଉ ୮୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରମଣ ମାମଲା ମଧ୍ୟରେ ୪୯ ଜଣ ସଂଗରୋଧ କେନ୍ଦ୍ରର ଓ ୩୨ ଜଣ ସ୍ଥାନୀୟ ସଂକ୍ରମଣ ଥିବା ଜଣାପଡ଼ିଛି।

ଏହି ପରିପ୍ରେକ୍ଷୀରେ ସମ୍ବଲପୁରରୁ ସର୍ବାଧିକ ୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ମୟୂରଭଞ୍ଜରୁ ୮ ଜଣ ସଂକ୍ରମିତ ଓ ବରଗଡ଼ରୁ ୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମଣ ମାମଲା ୩ ଲକ୍ଷ ୩୭ ହଜାର ୫୨୯ରେ ପହଞ୍ଚିଛି। ସେହିପରି ରାଜ୍ୟରେ ୩ ଲକ୍ଷ ୩୪ ହଜାର ୭୬୭ ଜଣ ସୁସ୍ଥ ହୋଇସାରିଥିବା ବେଳେ ୭୯୨ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।