ଲକ ଡାଉନ ନିୟମ ଉଲଙ୍ଘନ : ୫ ବାଇକ ଜବତ

ପାଟଣା,ଏନ୍ଏନ୍ଏସ୍ : କରୋନା ଭାଇରସକୁ ମୁକବିଲା କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସାରା ରାଜ୍ୟକୁ ଲକଡାଉନ କରିଛନ୍ତି । ଆଉ ଏହି ନିୟମ ଉଲଙ୍ଘନକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ପରିବହନ ମନ୍ତ୍ରୀ କଡା ନିର୍ଦ୍ଧେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ପାଟଣା ପୋଲିସ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହୋଇଛି । ବାରମ୍ବାର ସଚେତନା ସତ୍ତ୍ୱେ କିଛି ବାଇକ ଚାଳକ ଲକ ଡ଼ାଉନର ନିୟମକୁ ଉଲଘଂନ କରିଥିବାରୁ ପାଟଣା ଥାନା ଅଧିକାରିଣୀ ସନ୍ଧ୍ୟାରଣୀ ଜେନା ୫ ଟି ବାଇକ ଜବତ କରିଛନ୍ତି । ବାରମ୍ବାର ସଚେତନ କରାଯାଇଥିଲେ ମଧ୍ୟ ବାଇକ ଚାଳକ ମାନେ ନିୟମକୁ ଖୁଲମ ଖୁଲା ଉଲଂଘନ କରିଥିବାରୁ ବାଇକ ଜବତ କରାଯାଇଥିବା ପାଟଣା ଥାନା ଅଧିକାରିଣୀ ସନ୍ଧ୍ୟାରଣୀ ଜେନା ସୂଚନା ଦେଇଛନ୍ତି ।