ଶିଳ୍ପ ସଂସ୍ଥା ପାଇଁ ଜମି ଚିହ୍ନଟ ପ୍ରକ୍ରିୟାକୁ ସ୍ଥାନୀୟ ଲୋକଙ୍କ ବିରୋଧ  

ଝାରସୁଗୁଡା,ଏନ୍ଏନ୍ଏସ୍: କୋଲାବିରା ବ୍ଲକ ପରମାଣପୁର ପଞ୍ଚାୟତ କାଳିବାହାଲ ରାସ୍ତା କଡ଼ରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ୨ଟି ଘରୋଇ କମ୍ପାନୀ ୧୩୫ ଏକର ଜଙ୍ଗଲ ଜମି ପାଇଁ ଇଡକୋ ନିକଟରେ ଆବେଦନ କରିଥିବା ଜଣାପଡିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି ଏଠାକୁ ଇଡକୋ, ବନ ବିଭାଗ ଓ ତହସିଲ ପକ୍ଷରୁ ଜମି ଚିହ୍ନଟ ପାଇଁ ଏକ ଦଳ ଆସିଥିବାବେଳେ କାଲିବାହାଲ ଓ ପରମାଣପୁର ବାସୀ ଶିଳ୍ପ ପାଇଁ ଜମି ଚିହ୍ନଟ ପ୍ରକ୍ରିୟାକୁ ବିରୋଧ କରି ଏହାକୁ ବନ୍ଦ କରାଯାଉ ବୋଲି ଦାବି କରିଥିଲେ। ସେମାନେ କହିଥିଲେ ଯେ ଏହି ଜଙ୍ଗଲ ଉପରେ ସ୍ଥାନୀୟ ଲୋକେ ନିର୍ଭର କରି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି।

ଶିଳ୍ପ ପାଇଁ ଜଙ୍ଗଲ ନଷ୍ଟ କରାଗଲେ ସେମାନେ ନିଜର ରୋଜଗାରର ମାଧ୍ୟମ ହରାଇବା ସହ ଏଠାକାର ଜଳବାୟୁ, ମୃତ୍ତିକା, ପରିବେଶ ପ୍ରଦୂଷିତ ହୋଇ ବସବାସ ଉପଯୋଗୀ ହୋଇ ରହିବ ନାହିଁ। କାଲିବାହାଲରେ ଶିଳ୍ପ ପ୍ରତିଷ୍ଠା ପାଇଁ ଜମି ଚି଼ହ୍ନଟକୁ ବନ୍ଦ କରାଯାଉ ବୋଲି ଗ୍ରାମବାସୀମାନେ କହିଥିଲେ। ଗ୍ରାମବାସୀଙ୍କ ଦୃଢ଼ ବିରୋଧ ଯୋଗୁଁ ଜମି ଚିହ୍ନଟ ପ୍ରକ୍ରିୟାକୁ ସ୍ଥଗିତ କରାଯାଇଥିବାବେଳେ ଶିଳ୍ପ ପ୍ରତିଷ୍ଠାକୁ ସେମାନେ କାହିଁକି ବିରୋଧ କରୁଛନ୍ତି। ଶିଳ୍ପ ପ୍ରତିଷ୍ଠା ହେଲେ ସେମାନଙ୍କର କ’ଣ ସବୁ ଅସୁବିଧା ହେବ ସେନେଇ ଲିଖିତ ଆକାରରେ ଏକ ପତ୍ର ପ୍ରଦାନ କରିବା ପାଇଁ ତହସିଲଦାର ଦିଲ୍ଲୀପ ପ୍ରଧାନ ଗ୍ରାମବାସୀଙ୍କୁ କହିଛନ୍ତି।

ପ୍ରକଶଯୋଗ୍ୟ ଯେ, କାଲିବାହାଲରେnoitech oils Pvt Ltd ଓ ଉତ୍କଳ innovative ନାମକ ଦୁଇଟି କମ୍ପାନୀ idcoକୁ ମାଗିଥିବା ୧୩୫ ଏକର ସରକାରୀ ଜମିରେ ୮୮ ଏକର ଜଙ୍ଗଲ ଜମି ରହିଛି।