ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ଉରେ ବିପୁଳ ପରିମାଣର ମଦ ଜବତ, ୩ ଗିରଫ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ତରଫରୁ ଶୁକ୍ରବାର ପାଟଣା ଓ ତୁରୁମୁଙ୍ଗା ଥାନା ଅଞ୍ଚଳରେ ଚଢ଼ଉ କରି ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିଛି। ଏହି ପରିପ୍ରେକ୍ଷୀରେ ସେଠାରୁ ୩ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ତୁରୁମୁଙ୍ଗା ଥାନା ୪୯ନଂ ରାଜପଥ କଡ଼ରେ ଥିବା ମା’ଢାବାରୁ ବିପୁଳ ପରିମାଣର ବିଦେଶୀ ମଦ ଓ ବିଅର ଜବତ କରିବା ସହିତ ଝାରଖଣ୍ଡ ଅଞ୍ଚଳର ମନୋଜ ସାହୁକୁ ଗିରଫ କରିଛି। ସେହିପରି ରାଜନଗର ଗ୍ରାମର ଅଶୋକ କୁମାର ରାଜ ଠାରୁ ବିପୁଳ ପରିମାଣର ବିଦେଶୀ ମଦ ଓ ଟାଙ୍ଗରପଡ଼ା ଗ୍ରାମର ରୀନା ମହାରଣା ଠାରୁ ଦେଶୀ ମଦ ଜବତ କରି ୨ଜଣଙ୍କୁ ଗିରଫ କରିଛି। ତେବେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି।