ରାଜ୍ୟରେ ଏନଆରସି ଲାଗୁ ନକରିବା ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ପ୍ରତିଶ୍ରୁତି: ମୁସଲିମ ସଂଗଠନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାରେ ମୁସଲିମ୍ ସଂପ୍ରଦାୟଙ୍କ ପାଇଁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଥିବା ସଂଖ୍ୟା ଲଘୁନେତା ସୂଚନା ଦେଇଛନ୍ତି। ନାଗରିକତା ସଂଶୋଧନ ବିଲକୁ ନେଇ ସାରା ଦେଶରେ ନିଆଁ ଜଳୁଥିବା ବେଳେ ରାଜ୍ୟରେ ମୁସଲମାନଙ୍କୁ ଏନଆରସି ଭୟରୁ ମୁଖ୍ୟମନ୍ତ୍ରୀ ମୁକ୍ତ କରିବା ସହ ଓଡ଼ିଶାରେ ଏନଆରସି ଲାଗୁ ହେବନାହିଁ ବୋଲି ନବୀନ ପଟ୍ଟନାୟକ ନିଶ୍ଚିତ କରିଥିବା ସଂଖ୍ୟଲଘୁ ନେତାମନେ କହିଛନ୍ତି।

ନାଗରିକତା ସଂଶୋଧନ ବିଲ(ସିଏବି) ଆଇନରେ ପରିଣତ ହୋଇଛି ହୋଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ସଂଖ୍ୟାଲଘୁ ସଂପ୍ରଦାୟର ନେତା ଭେଟିଛନ୍ତି । ତେବେ ନୂଆ ଆଇନକୁ ନେଇ ସଂଖ୍ୟାଳଘୁ ସଂପ୍ରଦାୟ ମଧ୍ୟରେ ଅନେକ ଆଶା ଓ ଆଶଙ୍କା ସୃଷ୍ଟି ହୋଇଛି । ଏ ନେଇ ଭଦ୍ରକ, ବାଲେଶ୍ୱର ଓ ଯାଜପୁରର ମୁସଲମାନ ସଙ୍ଗଠନର ନେତା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମ୍ଭାବ୍ୟ ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି । ବିଲ୍ ପାସ୍ ପରେ ଆମେ ସୁରକ୍ଷିତ ନୁହେଁ ବୋଲି ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୁହାରୀ କରିଛନ୍ତି ।

ସବୁଠାରୁ ବଡ଼ କଥା ସିଏବି ଓ ଏନଆରସି ଉଭୟ ବିଲକୁ ନେଇ ଏହି ଆଲୋଚନା ହୋଇଥିଲା । ରାଜ୍ୟରେ ମୁସଲମାନ ସମ୍ପଦ୍ରାୟର କୌଣସି ଅସୁବିଧା ହେବନାହିଁ । ସରକାର ସେମାନଙ୍କର ସମସ୍ତଙ୍କର ଦାୟିତ୍ୱ ନେବେ । ତାଙ୍କର ସମସ୍ତ ହାନିଲାଭରେ ସେ ଛିଡ଼ାହେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏନଆରସି ରାଜ୍ୟରେ ଲାଗୁ ନ କରିବାକୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରତିଶ୍ରୃତି ଦେଇଥିବା କହିଛନ୍ତି ମୁସଲମାନ ସଙ୍ଗଠନ ନେତାମାନେ ।