ବିପୁଳ ଦେଶୀ ଓ ବିଦେଶୀ ମଦ ଜବତ, ୫ ଗିରଫ

ପାଟଣା,ଏନ୍ଏନ୍ଏସ୍: ପାଟଣା ଅବକାରୀ ବିଭାଗ ତରଫରୁ ଶୁକ୍ରବାର ପାଟଣା ସାହରପଡା ଅଞ୍ଚଳରେ ଚଢ଼ଉ କରି ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିବା ସହିତ ବେଆଇନ ମଦ ବିକ୍ରି କରୁଥିବା ଅଭିଯୋଗ ୫ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ବ୍ୟକ୍ତି ଓ ମହିଳା ହେଲେ ପାଟଣା ଥାନା ସିଲିପଦା ଗ୍ରାମର କୁନି ମହାନ୍ତ ଚାତରପାଣି ଗ୍ରାମର ଜଗନ୍ନାଥ ନାଏକ, ଖୁଣ୍ଟାପଡା ଗ୍ରାମର ଘନଶ୍ୟାମ ମୁଣ୍ଡା, ଖିରେଇଟାଙ୍ଗିରି ଗ୍ରାମର ଆଶିଷ ପ୍ରଧାନ ଏବଂ ଟାଙ୍ଗରପଡା ଗ୍ରାମର ମଙ୍ଗୁଳି ମୁଣ୍ଡାକୁ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି ।