ଦେଶୀମଦ ଓ ମହୁଲ ପୋଚ ଜବତ, ଜଣେ ଗିରଫ

ନୂଆପଡ଼ା,ଏନ୍ଏନ୍ଏସ୍ : ନୂଆପଡ଼ା ଜିଲ୍ଲା ସିନାପାଲି ଅବକାରୀ ବିଭାଗ ବେଆଇନ ଦେଶୀ ମଦ ତିଆରି କରୁଥିବା ମାଫିଆଙ୍କ ଉପରେ ଚଢ଼ଉ କରି ବିପୁଳ ପରିମାଣର ମହୁଲ ପୋଚ ଜବତ କରିବା ସହ ଜଣକୁ ଗିରଫ କରିିଛି। ଗିରଫ ଅଭିଯୁକ୍ତ ଜଣକ ମଖାପଦର ନିବାସୀ ବେଣୁଧର ମାଝୀ(୪୫) ବୋଲି ଜଣାପଡ଼ିଛି।

ମିଳିଥିବା ରିପୋର୍ଟ ମୁତାବିକ, ଅବକାରୀ ବିଭାଗ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମଖାପଦର ଓ ଗଣ୍ଡାବାହାଲିଠାରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ପ୍ରାୟ ଅଢ଼େଇ କୁଇଣ୍ଟାଲ ମହୁଲ ପୋଚ ଓ ମଦ ରନ୍ଧା ସାମଗ୍ରୀ ଜବତ କରିବା ସହ ଜଣକୁ ଗିରଫ କରାଯାଇଛି। ଏହି ଚଢ଼ଉ ସମୟରେ ଅବକାରୀ ଇନ୍ସପେକ୍ଟର ଗଦାଧର ମହାରଣାଙ୍କ ସମେତ ବିଭାଗୀୟ କର୍ମଚାରୀ ପୁରୋହିତ ବନ୍ଦୀଛୋର, ରୀତାଞ୍ଜଳି ଶବର ଓ ସରୋଜ କଟା ପ୍ରମୁଖ ସାମିଲ ଥିଲେ।