ମଦୁଆ ଡ୍ରାଇଭରର ଉନ୍ମତ୍ତ କାଣ୍ଡ: ସ୍କର୍ପିଓ, ସ୍କୁଟି ଓ ବସକୁ ଦେଲା ଧକ୍କା

ଖୋର୍ଦ୍ଧା,ଏନ୍ଏନ୍ଏସ୍: ଖଣ୍ଡଗିରି ଜାଗମରା ନୂଆରାସ୍ତାରେ ଜଣେ ବୋଲେରୋ ଡ୍ରାଇଭର ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି। ଏହି ରାସ୍ତାରେ ଯାଉଥିବା ବୋଲେରୋ ଡ୍ରାଇଭର ପ୍ରଥମେ ଏକ ସ୍କର୍ପିଓକୁ ଧକ୍କା ଦେଇଥିଲା।

ତା ପରେ ସ୍କୁଟିକୁ ଧକ୍କା ଦେଇଥିଲା। ତେବେ ସ୍ଥାନୀୟ କିଛି ଯୁବକ ଡ୍ରାଇଭର କାବୁ କରିବା ପିଛା କରିଥିଲେ। ପରେ ସମ୍ପୃକ୍ତ ଡ୍ରାଇଭର ଜଣଙ୍କ ମୋ ବସରେ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯିବାକୁ ଚେଷ୍ଟା କଲାବେଳେ ସ୍ଥାନୀୟ ଲୋକ ମାଡିବସିଥିଲେ।

ତେବେ ଏଥିରେ କେହିବି ଗୁରୁତର ଭାବେ ଆହତ ହୋଇନଥିବା ଜଣାପଡିଛି।