ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଦରବ୍ଲକ ବଡତେନେଲପଲ୍ଲୀରେ ବଜ୍ରପାତ ଘଟି ୩ ମହିଳାଙ୍କ ମୃତ୍ୟୁ ହୋଇଛି। ଏଥିରେ ୧୦ଜଣ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଆଜି ସମସ୍ତେ ବିଲରେ କାମ କରୁଥିବାବେଳେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଡାକ୍ତରଖାନାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।