ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ନିହ୍ନୁଆଁ ଗ୍ରାମରେ ସାପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ପରମେଶ୍ୱର ସିଂଙ୍କ ପୁଅ କଲ୍ୟାଣ ସିଂ(୧୮)। ମିଳିଥିବା ରିପୋର୍ଟ ମୁତାବକ, ଗତକାଲି ରାତିରେ ଘରେ ଶୋଇଥିବାବେଳେ କୌଣସି ଏକ ବିଷଧର ସାପ ପରମେଶ୍ୱରଙ୍କୁ କାମୁଡ଼ି ଦେଇଥିଲା । ପରିବାର ଲୋକେ ଜାଣିବା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ହେଁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏନେଇ ତୁରୁମୁଙ୍ଗା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।