ବଜ୍ରପାତ : ଫାଟିଲା ଭୂମି,୩ ବଳଦ ମୃତ

ଫିରିଙ୍ଗିଆ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଲାପଡ଼ା ପଞ୍ଚାୟତର ତିଲକପଡ଼ି ଗ୍ରାମରେ ଆଜି ଅପରାହ୍ଣରେ ବଜ୍ରାଘାତରେ ଭୂମି ଫାଟିଥିବା ବେଳେ ୩ଟି ବଦଳର ମୃତ୍ୟୁ ଘଟିଛି। ତେବେ ବଦଳ ଚରାଉଥିବା ବ୍ୟକ୍ତି ଜଣକ ସୁରକ୍ଷିତ ଥିବା ଜଣାପଡ଼ିଛି। କିଛି ସମୟ ପାଇଁ ଗ୍ରାମରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ପରିସ୍ଥିତି ଶାନ୍ତ ହେବାପରେ ବଜ୍ରାଘାତରେ ଫାଟଯାଇଥିବା ଭୂମିକୁ ଦେଖିବାପାଇଁ ଲୋକେ ଜମା ହୋଇଥିଲେ। ମୃତ ବଳଦର କ୍ଷତିପୂରଣ ଦାବି କରାଯାଇଛି।