ରୋଜାଲିନ୍‌ଙ୍କୁ ଲାଇଫ୍ ଟାଇମ ଆଚିଭମେଣ୍ଟ ଆୱାର୍ଡ

ଚନ୍ଦ୍ରଶେଖରପୁର,ଏନ୍‌ଏନ୍‌ଏସ୍‌: ପରିଚୟ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ତଥା ରାଜ୍ୟର ଅଗ୍ରଣୀ ସାମାଜିକ ଉଦ୍ୟୋଗୀ ରୋଜାଲିନ୍ ପାଟଶାଣୀଙ୍କୁ ଲାଇଫ୍ ଟାଇମ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଛି । ସମାଜସେବା କ୍ଷେତ୍ରରେ ଅବଦାନ ତଥା କଳା ଓ ସଂସ୍କୃତିର ପ୍ରଚାରପ୍ରସାର ପାଇଁ ସିକିମ୍‌ସ୍ଥିତ ଆଇସିଏଫ୍‌ଆଇ ବିଶ୍ୱବିଦ୍ୟାଳୟ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଛି ।

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ଜଗନ୍ନାଥ ପଟ୍ଟନାୟକ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ପରିଚୟ ଫାଉଣ୍ଡେସନ୍ ମାଧ୍ୟମରେ ସମାଜର ଅବହେଳିତ ବର୍ଗଙ୍କ ପାଇଁ ଶ୍ରୀମତୀ ପାଟଶାଣୀ ନିରବଚ୍ଛିନ୍ନ ଭାବେ କାମ କରୁଛନ୍ତି । ବୁଣାକାର ମହିଳାଙ୍କୁ ସହାୟତା କରି ସେମାନଙ୍କ ଆଗକୁ ବଢିବାକୁ ନିୟମିତ ଅଭିଯାନ ଚଳାଇଛନ୍ତି । ଏହି ପୁରସ୍କାର ତାଙ୍କୁ ଆହୁରି ଅଧିକ କାମ କରିବାକୁ ପ୍ରୋତ୍ସାହିତ କରିବ ବୋଲି ଶ୍ରୀମତୀ ପାଟଶାଣୀ କହିଛନ୍ତି ।