ତେନ୍ଦୁଲକରଙ୍କ ଠାରୁ ଭାରତରତ୍ନ ସମ୍ମାନ ଫେରାଇବା ନେଇ ରାଷ୍ଟ୍ରପତିଙ୍କୁ ଚିଠି

ରାୟପୁର,ଏଜେନ୍ସି: ରାୟପୁରସ୍ଥିତ ଆର୍‌ଭିଆର୍ ଲିଗାଲ୍ ଫାର୍ମ ଭାରତର ପୂର୍ବ କ୍ରିକେଟର୍ ସଚିନ୍ ତେନ୍ଦୁଲ୍‌କରଙ୍କୁ ଦିଆଯାଇଥିବା ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନ ପୁରସ୍କାର ପ୍ରତ୍ୟାହାର କରିବା ନେଇ ମହାମହିମ ରାଷ୍ଟ୍ରପତିଙ୍କ ନିକଟକୁ ଚିଠି ଲେଖିଛି। ବେଆଇନ୍ ଭାବେ କରମୁକ୍ତ ଦେଶ ବ୍ରିଟିଶ୍ ଭର୍ଜିନ୍ ଆୟାର୍‌ଲାଣ୍ଡରେ କୋଟି କୋଟି ଟଙ୍କ ନିବେଶ କରିଥିବାର ଅଭିଯୋଗ କରି କଂଗ୍ରେସର ରାଜ୍ୟସଭା ସାଂସଦ ତଥା ପ୍ରସିଦ୍ଧ ଓକିଲ ବିବେକ ଖନ୍ନାଙ୍କ ପୁତ୍ର ବରୁଣ ଖନ୍ନାଙ୍କ ମାଲିକାନାରେ ପରିଚାଳିତ ଆର୍‌ଭିଆର୍ ଲିଗାଲ୍ ଫାର୍ମ ଚିଠି ଲେଖିଛି।