ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି। ଶନିବାର ୯୩ ଜଣ ପୂର୍ବତନ ସରକାରୀ କର୍ମଚାରୀ ଲାକ୍ଷାଦ୍ୱୀପ ସମସ୍ୟା ଉପରେ ଗୁରୁତ୍ୱ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି।
ନିରାପଦ ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ଶାସନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇ ଏକ ଉପଯୁକ୍ତ ବିକାଶ ମଡେଲ ଗଠନ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
ଭୌଗଳିକ ଓ ସାଂସ୍କୃତିକ ବିବିଧତା ଭିତରେ ସମଗ୍ର ଭାରତ ବର୍ଷରେ ଲାକ୍ଷାଦ୍ୱୀପରେ ଅନେକ ଅନନ୍ୟ ସ୍ଥାନ ରହିଛି। ଏହାର ବିକାଶ ହେବା ନିହାତି ଆବଶ୍ୟକ। ତେଣୁ ପ୍ରଧାନମନ୍ତ୍ରୀ ଏ ଦିଗରେ ଧ୍ୟାନ ଦେବାକୁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି। ବିଗତ ୭୦ ବର୍ଷ ଭିତରେ ଲାକ୍ଷାଦ୍ୱୀପର କୌଣସି ଉନ୍ନତି ହୋଇନାହିଁ ବୋଲି ଚିଠିରେ ଦାବି ହୋଇଛି। ଲାକ୍ଷାଦ୍ୱୀପରେ ବିଶୃଙ୍ଖଳିତ ବିକାଶ ଉପରେ ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛି ଦଳ। ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଥିବା ଚିଠିର ଏକ ନକଲ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭେଦ୍କରଙ୍କୁ ମଧ୍ୟ ଦିଆଯାଇଛି।