ଭୁବନେଶ୍ୱର,ଏନ୍ଏନ୍ଏସ୍: ଶନିବାର ପୁନେସ୍ଥିତ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରୁ ସ୍ୱତନ୍ତ୍ର ବିମାନ ଯୋଗେ ଓଡ଼ିଶାକୁ ଆଉ ୨ ଲକ୍ଷ ୨୭ ହଜାର ୭୫୦ ଡୋଜ୍ କୋଭିସିଲ୍ଡ ଟିକା ଆସିଛି। ଏହି ଟିକା ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଏଗୁଡ଼ିକୁ ଷ୍ଟୋରେଜ୍ ରୁମ୍କୁ ନିଆଯାଇଛି। ଆଜି ୨ ଲକ୍ଷ ୨୭ ହଜାର ୭୫୦ ଡୋଜ୍ ଟିକା କମ୍ପାନୀ ଦେଇଥିବା ଧାର୍ଯ୍ୟ ତାରିଖରୁ ଆଗୁଆ ରାଜ୍ୟରେ ପହଞ୍ଚିଛି। ତେଣୁ ରାଜ୍ୟରେ ପୂର୍ବଭଳି ୧୮-୪୪ ବର୍ଗଙ୍କ ଟିକାକରଣ ଜାରି ରହିବା ନେଇ ସ୍ପଷ୍ଟ ହୋଇଛି।
ରାଜଧାନୀରେ ଦିଆଯାଉଥିବା ‘କୋଭାକ୍ସିନ୍’ର ମାତ୍ର ୨୦୮୦ ଡୋଜ୍ ରାଜ୍ୟ ସରକାରଙ୍କ ନିକଟରେ ମହଜୁଦ ରହିଛି। ଏ ଦୃଷ୍ଟିରୁ ଭୁବନେଶ୍ୱରରେ କେବଳ ପ୍ରଥମ ଡୋଜ୍ ଟିକା ଦିଆଯାଉଛି।