ରାଜ୍ୟ ସରକାର ଦୁର୍ନୀତିର ହୋଲେସଲ ଠୁ ଖୁଚୁରା ପର୍ଯ୍ୟନ୍ତ ବେପାର ଚଳେଇଛନ୍ତି : ଲେଖାଶ୍ରୀ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଦୀର୍ଘ ୨୦ ବର୍ଷଧରି ନବୀନ ବାବୁ ରାଜ୍ୟରେ ଦୁର୍ନୀତି ଓ ଭଷ୍ଟ୍ରାଚାରକୁ ପ୍ରସୟ ଦେଇ ଚାଲିଛନ୍ତି। ଆଉ ଏବେ କେବଳ ବାହା ବାହା ନେବାପାଇଁ ସଂପତି ତାଲିକା କଥା ଉଠାଇବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ। ପୂର୍ବରୁ ଗେଜେଟେଡ ସରକାରୀ ଅଧିକାରୀମାନଙ୍କର ସଂପତି ତାଲିକା ପ୍ରକାଶ କରିବାର ବ୍ୟବସ୍ଥା ଅଛି। ଏହା ବ୍ୟତୀତ ନିର୍ବାଚନ ଲଢିଥିବା ସାଂସଦ ଓ ବିଧାୟକଙ୍କ ସଂପତି ତାଲିକା ସର୍ବସାଧାରଣରେ ରହିଛି। ଏକଥା କିଛି ନୂଆନୁହେଁ। କେବଳ ତୃତୀୟ ଓ ଚତୁର୍ଥ ଶ୍ରେଣୀ କମର୍ଚାରୀ ଏବଂ ପଞ୍ଚାୟତରେ ନିର୍ବାଚିତ ପ୍ରତିନିଧୀମାନେ ଏବେ ସମ୍ପତି ତାଲିକା ଦେବେ। ମୁଖ୍ୟମନ୍ତ୍ରୀ ଯଦି
ଦୁର୍ନୀତିକୁ ବନ୍ଦ କରିବା ପାଇଁ ଚାହୁଁଛନ୍ତି ତେବେ ବଡ ମାଛଙ୍କୁ ଛାଡି କେବଳ ଛୋଟ ମାଛମାନଙ୍କୁ କାହିଁକି ଧରୁଛନ୍ତି ବୋଲି
ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି।

ରାଜ୍ୟସରକାର ଦୁର୍ନୀତିର ହୋଲେସଲ ଠୁ ଖୁଚୁରା ପର୍ଯ୍ୟନ୍ତ ବେପାର ଚେଳଇଛନ୍ତି ବୋଲି ସେ କହିଛନ୍ତି। ରାଜ୍ୟସରକାର କେବଳ ଚୁନାମାଛ ଯଥା ଜେଇ, ଅଙ୍ଗନବାଡି ଦିଦି , ଏଏନଏମ, ପିଇଓ, କିରାଣୀ ମାନଙ୍କ ଘରେ ରଡକରି ଲୋକଙ୍କୁ ଭ୍ରମିତ କରୁଛନ୍ତି। ଆଉ ଏଇ ଛୋଟ କମର୍ଚାରୀମାନେ କାହା ବଳରେ ଏତେ ଧନ କମେଇଛନ୍ତି ତାଙ୍କ ଧନ ବୃଦ୍ଧି ପଛରେ କାହାର ହାତ ରହିଛି, ସେ ବାବୁଙ୍କୁ ଗିରଫ କରାଯାଉନାହିଁ କାହିଁକି ? ବଡମାଛ ଯଥା ହେମନ୍ତ ଶର୍ମା, ଗଜଭିୟେ ଆଉ ମନୀଷ ଅଗ୍ରୱାଲଙ୍କ ଘରେ କେବେ ରେଡ୍ ହେବ ମୁଖ୍ୟମନ୍ତ୍ରୀ ତାହା ସ୍ପଷ୍ଟ କରନ୍ତୁ ବୋଲି ଡ. ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି। ସରକାର ଓ ବିଜୁ ଜନତା ଦଳ ଯେଉଁ ଉପରୁ ତଳ ଯାଏଁ ପିସି ଖଞ୍ଜି ଦେଇଛନ୍ତି, ଆଜି ସରକାରଙ୍କ ସବୁ କ୍ଷେତ୍ରରେ ଦୁର୍ନୀତି ତାହାର ପ୍ରତିଫଳନ।