ହକି ତାରକା ମାଇକେଲ କିଣ୍ଡୋଙ୍କ ଦେହାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୂର୍ବତନ ହକି ତାରକା ମାଇକେଲ କିଣ୍ଡୋଙ୍କର ଆଜି ଦେହାନ୍ତ ହୋଇଯାଇଛି। ରାଉରକେଲା ଆଇଜିଏଚ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ସେ ଦୀର୍ଘଦିନ ହେଲା ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିଲେ । ପ୍ରକାଶ ଯେ, ସ୍ୱର୍ଗତଃ ମାଇକେଲ କିଣ୍ଡୋ ୧୯୪୭ ମସିହା ଜୁନ ୨୦ ତାରିଖରେ ଝାରଖଣ୍ଡରେ ଜନ୍ମଗ୍ରହଣ କରିଥିଲେ । ୧୯୭୨ ମସିହାରେ ସେ ଭାରତ ପକ୍ଷରୁ ଅଲିମ୍ପିକରେ ଭାଗ ନେବା ସହ ବ୍ରୋଞ୍ଜ୍ ପଦକ ହାସଲ କରିଥିଲେ । ୧୯୭୫ ମସିହା ହକି ବିଶ୍ୱକପ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ ।