ବିଧାୟକଙ୍କ ବାସଭବନ ଘେରିଲେ ବସ୍ତି ବାସିନ୍ଦା

କଟକ,ଏନ୍ଏନ୍ଏସ୍: ବିଧାୟକଙ୍କ ଘର ଘେରାଉ କରିଛନ୍ତି ବସ୍ତି ବାସିନ୍ଦା। କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳଙ୍କ ବାସଭବନ ଘେରାଉ କରିଛନ୍ତି ଜଗତପୁର ବସ୍ତି ବାସିନ୍ଦା। ଦୀର୍ଘ ଦିନ ହେବ ରେଳ ଲାଇନରେ ରହି ଆସୁଥିବା ବସ୍ତି ବାସିନ୍ଦାଙ୍କୁ ଉଠାଇବାକୁ ରେଳ ବିଭାଗର ଚିଠି ପରେ ବିଧାୟକଙ୍କ ଘର ଘେରାଉ କରିଛନ୍ତି ବସ୍ତି ବାସିନ୍ଦା। ଦୀର୍ଘ ଦିନ ହେବେ ରେଳ ଲାଇନ ନିକଟରେ ରହି ଆସୁଥିଲେ ଏମାନେ। ବିନା ଥଇଥାନ ବ୍ୟବସ୍ଥାରେ ହଠାତ ଏମାନଙ୍କୁ ବିଭାଗର ଏପରି ଚିଠି ପଠାଇବା କାରଣରୁ ଏପରି ପରିସ୍ଥିତି ଉପୁଜିଛି।

ପୂର୍ବରୁ ଜିଲ୍ଲା ପ୍ରଶାସନ ରେଲୱେ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିବାବେଳେ ହଠାତ ବସ୍ତି ବାସିନ୍ଦା ମାନଙ୍କୁ ଉଠିବା ପାଇଁ ନୋଟିସ ପଠାଇଥିଲା ରେଲୱେ ବିଭାଗ। ଏହା ପରେ ବସ୍ତି ବାସିନ୍ଦାମାନେ ବିଧାୟକଙ୍କ ବାସଭବନ ଘେରିଛନ୍ତି। ତେବେ ଦୀର୍ଘ ସମୟ ଧରି ବାସ ଭବନ ଘେରିବା ପରେ ବାସିନ୍ଦାମାନଙ୍କ ସହ ଆଲୋଚନା କରିଛନ୍ତି ବିଧାୟକ ସୌଭିକ ଓ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ। ତେବେ ଖୁବଶୀଘ୍ର ସେମାନଙ୍କ ସମସ୍ୟାର ସମାଧାନ ହେବ ବୋଲି ଆଶା ରଖିଛନ୍ତି ବାସିନ୍ଦା।