ନବରଙ୍ଗପୁର,ଏନ୍ଏନ୍ଏସ୍: ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ବ୍ୟସ୍ତ ବହୁଳ ରାଜନୀତିରେ ସକ୍ରିୟ ଥିବାବେଳେ ଚାଷ କାର୍ଯ୍ୟରେ ମଧ୍ୟ ତାଙ୍କର ସେଥିରୁ କିଛି ସମୟ ବାହାର କରି ଆଜି ନିଜ ଜମିରେ ହଳକର। ଚାଷକାର୍ଯ୍ୟ ପଛାଇଯାଉଥିବାରୁ ଶ୍ରୀ ରନ୍ଧାରୀ ଝିପିଝିପି ବର୍ଷାରେ ରୋନକୋଟ ପିନ୍ଧି ନିଜ ଗାଁ ପୂଜାରୀଗୁଡ଼ା ଠାରେ ଥିବା ଚାଷଜମିରେ ହଳ କରିବା ସହ ରୁଆରୋଇ କରିଛନ୍ତି ଶ୍ରୀ ରନ୍ଧାରୀ।
ପୂର୍ବରୁ ସେ ନିଜ ନିର୍ବାଚନ ମଣ୍ଡଳୀରେ କୃଷି ଶ୍ରମିକମାନଙ୍କୁ ୧୦ ହଜାରରୁ ଊର୍ଦ୍ଧ୍ୱ ରେନକୋଟ୍ ବାଣ୍ଟିଥିବା ବେଳେ ସେଉ ବୁନ୍ଦି ପାକେଟ କରି ଦେଇଥିଲେ। ଏନେଇ କୃଷି ଶ୍ରମିକମାନେ ଦେଶିଆ ଗୀତ ଗାଇ ବିଧାୟକ ଶ୍ରୀ ରନ୍ଧାରୀଙ୍କୁ ସ୍ୱାଗତ ମଧ୍ୟ କରିଥିଲେ।